କଟକ,ଏନ୍ଏନ୍ଏସ୍: ଆସନ୍ତାକାଲି ଭସାଣ ଉତ୍ସବ ବା ଜଗତଜନନୀ ମା’ ଦୁର୍ଗା ବିଦାୟ ନେବେ। ଭସାଣି ପାଇଁ କମିସନରେଟ ପୁଲିସର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କଟକରେ ଭସାଣି ପାଇଁ ୩୨ ପ୍ଲାଟୁନ ଫୋର୍ସ ମୁତୟନ ହେବେ।
୬ଟି ସ୍ଥାନରେ ବିସର୍ଜନ ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ସନ୍ଧ୍ୟା ସୁଦ୍ଧା ବିସର୍ଜନ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ମେଢଗୁଡିକ ପାଇଁ ରୁଟ୍ ଚାର୍ଟ ସ୍ଥିର ହୋଇଛି। ତେବେ ଭସାଣ ପାଇଁ ୩୨ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ ହେବେ। ଏନେଇ କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।
ତେବେ ଭସାଣ ସମୟରେ କୋଭିଡ କଟକଣା ମାନିବାକୁ ବାଧ୍ୟତାମୂଳକ କରାଯାଇଛି। ଭସାଣି ସମୟରେ ବେଶି ଲୋକ ଏକାଠି ହେବେ ନାହିଁ। ଯେଉଁ ମାନେ ଡବଲ ଡୋଜ ଟିକା ନେଇଥିବା ଏବଂ କୋଭିଡ ରିପୋର୍ଟ ନେଗେଟିଭ ଆସିଥିବ ସେମାନେ ହିଁ ଭସାଣ ଉତ୍ସାବରେ ସାମିଲ ହୋଇପାରେ। ସମସ୍ତେ ମାସ୍କ ଓ ସାନିଟାଇଜର ବ୍ୟବହାର କରିବେ। ଏନେଇ ପୁଲିସ ସମସ୍ତଙ୍କ ଉପରେ କଡା ନଜର ରଖିବ।