ଆୟ ବର୍ହଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିପିଟିଏ ଘରେ ଭିଜିଲାନ୍ସ ଚଢ଼ଉ

ଦେବଗଡ଼,ଏନ୍ଏନ୍ଏସ୍: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତିଲେଇବଣି ବ୍ଲକ ଅନ୍ତର୍ଗତ ବଡ଼ଛାପଲ ପଞ୍ଚାୟତରେ କାର୍ଯ୍ୟରତ ଜିପିଟିଏ ବିକାଶ କୁମାର ବେହେରାଙ୍କ  ବାସଭବନରେ ଭିଜିଲାନ୍ସ ଚଢ଼ଉ କରିଛି। ମିଳିଥିବା ରିପୋର୍ଟ ମୁତାବକ, ଆଜି ସକାଳେ ଭିଜିଲାନ୍ସ ଡିଏସପି ବୀରେନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ୨୦ ଜଣିଆ ଟିମ୍ ବିକାଶଙ୍କ ବାସଭବନ ଓ କଂଢ଼ଳସ୍ଥିତ ଶ୍ୱଶୁର ଘରେ ଏକକାଳୀନ ଚଢ଼ଉ କରିଥିଲେ। ଏହି ସମୟରେ ଗୋଟିଏ ବୋଲେରୋ, ଏକ ଦ୍ୱିତଳ କୋଠା, ପ୍ରାୟ ୪୦୦ ଗ୍ରାମ ସୁନା ଓ ନଗଦ ୨ଲକ୍ଷ ୯୯ ହଜାର ଟଙ୍କା ଜବତ କରିବା ସହ ୬୦ଟି ପ୍ଲଟର ଜମିପଟ୍ଟା ଜବତ କରାଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଭିଜିଲାନ୍ସର ତଲାସୀ ଜାରି ରହିଥିବାବେଳେ ସମସ୍ତ ସମ୍ପତ୍ତିର ମୂଲ୍ୟାୟନ ପରେ ଭିଜିଲାନ୍ସ ବିଭାଗ ଅଧିକ ତଥ୍ୟ ଦେବ ବୋଲି ଡିଏସପି ଶ୍ରୀ ନାୟକ ପ୍ରକାଶ କରିଛନ୍ତି।