କଟକ,ଏନ୍ଏନ୍ଏସ୍: ଟ୍ୱିନ୍ ସିଟିକୁ ପୁଣି ଫେରିଲା ନାଇଟ କର୍ଫ୍ୟୁ। ଆଜିଠାରୁ କଟକ ଓ ଭୁବନେଶ୍ୱରରେ ନାଇଟ କର୍ଫ୍ୟୁ ଆରମ୍ଭ। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହେବ। ଦଶହରା ଭିଡରେ କରୋନା ସଂକ୍ରମଣ ବଢିବା ଆଶଙ୍କା କରାଯାଇ ଏହି କଟକଣା ଲଗାଯାଇଛି। ଏନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ତେବେ ଲୋକମାନେ ନିୟମ ପାଳନ କରି ସହଯୋଗ କରିବାକୁ ଗତକାଲି ପୁଲିସ କମିସନର ଅପିଲ କରିଥିଲେ। ଯେଉଁ ମାନେ ନିୟମର ଉଲଙ୍ଘନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିସନର ତଫରୁ ସୂଚନା ମିଳିଛି। ଟ୍ୱିନ୍ ସିଟିରେ କଟକଣାକୁ କଡାକଡି ପାଳନ କରାଯିବା ସହ ଯାଞ୍ଚ ମଧ୍ୟ କରାଯିବ। ଏନେଇ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି।
କଟକରେ ୩୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ୨୦ଟି ଏଡ୍ ପୋଷ୍ଟ ସହ ମୁତୟନ ହେବେ ୧୦୦ରୁ ଅଧିକ ପୁଲିସ ଅଧିକାରୀ ଏବଂ ୧୫୦ରୁ ଅଧିକ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି। ମଦ କାରବାରକୁ ରୋକ ଲଗାଇବାକୁ ଏକ ସ୍ୱବତନ୍ତ୍ର ଟିମ ମଧ୍ୟ ପ୍ରସ୍ତୁତ ହୋଇରହିଛନ୍ତି।