କଟକରେ ପୂଜା ପାଇଁ ବ୍ୟାପକ ବ୍ୟବସ୍ଥା, ୩୨ ପ୍ଲାଟୁନ୍ ପୁଲିସ ଫୋର୍ସ ସହରର ହେବେ ମୁତୟନ

କଟକ,ଏନ୍ଏନ୍ଏସ୍: ପୂଜା ପାଇଁ କଟକ ସହରରେ ବ୍ୟାପକ ବ୍ୟବସ୍ଥା। ଦୂର୍ଗା ପୂଜା ଓ ନାଇଟ୍ କର୍ଫ୍ୟୁ ପାଇଁ କଟକ ସହରରେ ୩୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ଏହାସହ ସହରରେ ୧୦୦ ଜଣ ବରିଷ୍ଠ ଅଧିକାରୀ ମୁତୟନ ହେବେ। ଏନେଇ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

ସେହିପରି ଡିସିପି ଡିସିପି ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପୂଜା ମଣ୍ଡପ ଓ ପୀଠରେ କଟକଣା କଡାକଡି କରାଯିବ। ତେବେ ସମସ୍ତ ପୂଜା ମଣ୍ଡପରେ କରୋନା କଟକଣା ମାନି ପୂଜା କରିବାକୁ ପରାମର୍ଶ ଦିଆଯାଇଛି।

ସହରରେ ବିଭିନ୍ନ ସ୍ଥାନରେ ରହିବ କୋଡିଏଟି ଏଡପୋଷ୍ଟ । ତେବେ ଚଳିତ ବର୍ଷ କୋଭିଡ ଗାଇଡଲାଇନ ଅନୁସାରେ ପୂଜା କରିବା ପାଇଁ ପୂଜା କମିଟିକୁ ଅନୁରୋଧ କରାଯାଇଛି। ସେହିପରି ସହରରେ ମୋଟ ୩୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ଡିସିପି ସୂଚନା ଦେଇଛନ୍ତି।