ଝାରସୁଗୁଡା,ଏନ୍ଏନ୍ଏସ୍: ଜିଲ୍ଲାରେ ତ୍ରିସ୍ତରୀୟ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଜିଲ୍ଲାର ୭୮ଟି ପଞ୍ଚାୟତ ପାଇଁ ସରପଞ୍ଚ, ସମିତି ସଭ୍ୟ, ୫ଟି ବ୍ଳକର ଅଧ୍ୟକ୍ଷ ଓ ୯ଟି ଜିଲ୍ଲା ପରିଷଦ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଲିକା ପ୍ରକାଶ ପାଇଛି। ଜିଲ୍ଲାର ୫ଟି ବ୍ଲକ ଅଧ୍ୟକ୍ଷ ପଦ ପାଇଁ ୩ଟି ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ ଦୁଇଟି ଅଣ ସଂରକ୍ଷିତ ରହିଛି।
ଝାରସୁଗୁଡ଼ା ସଦର ବ୍ଲକ ପାଇଁ ଅନୁସୂଚିତ ଜାତି ମହିଳା ବର୍ଗ ପାଇଁ ସଂରକ୍ଷିତ ଥିବା ବେଳେ କିର୍ମିରା ବ୍ଲକ ମହିଳା ଓ କୋଲାବିରା ବ୍ଲକ ଅନୁସୂଚିତ ଜନଜାତି ମହିଳା ଏବଂ ଲଇକେରା, ଲଖନପୁର ବ୍ଲକ ଅଣ ସଂରକ୍ଷିତ ରହିଛି। ଜିଲ୍ଲାର ୯ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ଲଖନପୁର ଜୋନ ୧-ମହିଳା, ଜୋନ -୨ ଅନୁସୂଚିତ ଜନଜାତି ବର୍ଗ ଓ ଜୋନ ୩ରେ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଲଇକେରା ଜୋନ ୧- ଅନୁସୂଚିତ ଜନଜାତି ମହିଳା ଓ ଜୋନ -୨ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି। ଝାରସୁଗୁଡା ଜୋନ ୧- ଅନୁସୂଚିତ ଜାତି ବର୍ଗ ମହିଳା ଓ ଜୋନ -୨ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଆଦିବାସୀ ବହୁଳ କୋଲାବିରା ଓ କିର୍ମିରା ଜିଲ୍ଲା ପରିଷଦ ଆସନ ଅଣ ସଂରକ୍ଷିତ ରହିଛି।