୨ ରୁ ୧୮ ବର୍ଷ ପିଲାଙ୍କ ପାଇଁ ପ୍ରସ୍ତୁତ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ସମସ୍ତ ଦସ୍ତାବିଜ୍ ଦାଖଲ କଲା ଭାରତ ବାୟୋଟେକ୍‌

ନୂଆଦିଲ୍ଲୀ,ଏଜେନ୍ସି: ତୃତୀୟ ଲହର ଭୟ ମଧ୍ୟରେ ପିଲାଙ୍କ ଟିକାକରଣକୁ ନେଇ ସବୁଠାରୁ ଅଧିକ ଚିନ୍ତା ବଢିଛି। ଏଭଳି ସ୍ଥିତିରେ ଭାରତ ବାୟୋଟେକ୍ ୨ ରୁ ୧୮ ବର୍ଷ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଟିକା ପ୍ରସ୍ତୁତ କରିଥିବା ବେଳେ ଏବେ ଏହା ଅନୁମତି ଅପେକ୍ଷାରେ ରହିଛି। ଏହି ଟିକାକୁ ଖୁବ୍ ଶୀଘ୍ର ଭାରତ ସରକାରଙ୍କ ଅନୁମୋଦନ ମିଳିବ ବୋଲି ଆଶା କରାଯାଉଛି ଯାହାପରେ ଦେଶରେ ୨ରୁ ୧୮ ବର୍ଷ ପିଲାମାନଙ୍କ ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇପାରିବ।

ତେବେ ଗତ କାଲି ଭାରତ ବାୟୋଟେକ୍ ପକ୍ଷରୁ ଟିକା ପ୍ରସ୍ତୁତି ଓ କ୍ଲିନିକାଲ ଟ୍ରାଏଲକୁ ନେଇ ସମସ୍ତ ଦସ୍ତାବିଜ୍ ଡିଜିସିଆଇ ନିକଟରେ ଦାଖଲ କରାଯାଇଛି। ଏହି ମାସ ଶେଷ ସୁଦ୍ଧା ଏହି ଟିକାକୁ ଡିଜିସିଆଇର ଅନୁମୋଦନ ମିଳିବ ବୋଲି ଆଶା କରାଯାଉଛି।