ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ସ୍ୱଚ୍ଛ ଭାରତ ମିଶନ ସହର ୨.୦ର ଶୁଭାରମ୍ଭ କରିଛନ୍ତି। ଏଥିସହିତ ଅମୃତ ଯୋଜନା ୨.୦ର ମଧ୍ୟ ଶୁଭାରମ୍ଭ ହୋଇଛି। ଏହି ଯୋଜନା ଅନୁସାରେ ସମସ୍ତ ସହରକୁ ଅଳିଆ ଆବର୍ଜନା ମୁକ୍ତ କରିବା ଓ ପାଣିକୁ ସୁରକ୍ଷିତ ରଖାଯିବ। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି, ୨୦୧୪ ମସିହାରେ ଦେଶବାସୀ ଭାରତକୁ ବାହ୍ୟ ମଳମୁକ୍ତ କରିବା ପାଇଁ ସଂକଳ୍ପ ନେଇଥିଲେ। ୧୦ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରି ଦେଶବାସୀ ଏହି ସଂକଳ୍ପକୁ ପୂରା କରିଛନ୍ତି। ବର୍ତ୍ତମାନ ସ୍ୱଚ୍ଛ ଭାରତ ମିଶନ ସହର ୨.୦ର ଲକ୍ଷ୍ୟ ଅନୁସାରେ ଅଳିଆ ଆବର୍ଜନା ମୁକ୍ତ ସହର ବୋଲି କହିଛନ୍ତି।
ସେହିପରି ଅମୃତ ଯୋଜନା ୨.୦କୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି କି ଏହାର ଲକ୍ଷ ହେଉଛି ଆମ ସହର ଜଳକୁ ସୁରକ୍ଷିତ କରିବା ଓ ନଦୀରେ ଯେପରି କୌଣସି ବର୍ଜ୍ୟବସ୍ତୁ ନ ପଡ଼ିବ ତାହା ସୁନିଶ୍ଚିତ କରିବା। ଯାହା ଆଗକୁ ଦେଶବାସୀଙ୍କୁ ଗର୍ବିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।