ଆସିଲା ଅକ୍ଟୋବର ଗାଇଡଲାଇନ: ଟୁଇନ ସିଟିରେ ବଦଳିଲା ନାଇଟ କର୍ଫ୍ୟୁ ସମୟସୀମା

ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନା କାଳରେ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅକ୍ଟୋବର ମାସ ପାଇଁ ଗାଇଡଲାଇନ ଜାରି କରାଯାଇଛି। ଏନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ନୂଆ ଗାଇଡଲାଇନ ଅନୁଯାୟୀ, ରାଜ୍ୟର ସମସ୍ତ ପୌରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ ଜାରି ରହିବ। କିନ୍ତୁ କଟକ ଓ ଭୁବନେଶ୍ୱର ପାଇଁ ନାଇଟ କର୍ଫ୍ୟୁକୁ ଅଧିକ କଡ଼ାକଡ଼ି କରାଯାଇଛି। ଟୁଇନ ସିଟିରେ ଅକ୍ଟୋବର ୧୧ରୁ ୨୦ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ରହିବ। ଏଥିସହିତ ସେପ୍ଟେମ୍ବରରେ ଯାହା ଗାଇଡଲାଇନ ଥିଲା ଅକ୍ଟୋବରରେ ତାହା ରହିବ ବୋଲି ଜଣାପଡ଼ିଛି।