ନୂଆଦିଲ୍ଲୀ,ଏଜେନ୍ସି: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ଷୀୟାନ୍ କଂଗ୍ରେସ ନେତା ଅମରିନ୍ଦର ସିଂହ ଆଜି ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ୍ଙ୍କୁ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନକୁ ଯାଇ ଭେଟିଛନ୍ତି। ‘ବିଜେପି’ରେ ଯୋଗଦେବାର କଳ୍ପନାଜଳ୍ପନା ଚାଲିଥିବା ବେଳେ ଗତ ସନ୍ଧ୍ୟାରେ ଅମରିନ୍ଦର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନକୁ ଯାଇ ପ୍ରାୟ ଏକ ଘଣ୍ଟା ଧରି ଆଳାପ କରିଥିଲେ।
ପଞ୍ଜାବ ୟୁନିଟ୍ରେ ବିଶୃଙ୍ଖଳାର ସମ୍ମୁଖୀନ ହୋଇଥିବା କଂଗ୍ରେସ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର୍ ସିଂହଙ୍କ ସହ ଯୋଗାଯୋଗ କରିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଅମରିନ୍ଦର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ବରିଷ୍ଠ କଂଗ୍ରେସ ନେତା ଅମ୍ବିକା ସୋନି ଏବଂ କମଲ ନାଥ ତାଙ୍କୁ ଶାନ୍ତ କରାଇବାକୁ ଉଦ୍ୟମ କରୁଛନ୍ତି।