ଚଣ୍ଡୀଗଡ,ଏଜେନ୍ସି: ପଞ୍ଜାବ ପିସିସି ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ପରେ ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ନେତୃତ୍ୱରେ ରାଜ୍ୟ ସରକାର ଆଜି ଏକ ଜରୁରୀକାଳୀନ କ୍ୟାବିନେଟ ବୈଠକ ଡାକିଛନ୍ତି। ଆଜି(ବୁଧବାର) ସକାଳ ପ୍ରାୟ ୧୦ ଟାରୁ ଏହି ବୈଠକ ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।
ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କିଛି କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ଆଶାନୁରୂପ ଫଳାଫଳ ନ ମିଳିବାରୁ ଆଜି ଜରୁରୀକାଳୀନ ବୈଠକ ଡକାଯାଇଛି। ସୂତ୍ରରୁ ପ୍ରକାଶ ଯେ ମନ୍ତ୍ରୀମାନେ ଏକ ସହମତିରେ ବୈଠକରେ ପହଞ୍ଚିନଥିଲେ ତେଣୁ ଆଜି ଜରୁରୀକାଳୀନ ବୈଠକ ଡକାଯାଇଛି।