ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ାର ଡା. ରୀନା ପ୍ରଧାନ ଭାରତୀୟ ସିଭିଲ ସର୍ଭିସ୍ ପରୀକ୍ଷାରେ ୧୯୪ ରେଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଝାରସୁଗୁଡ଼ା ସହବାହାଲଠାରେ ରହୁଥିବା ରୀନାଙ୍କ ପିତା ଧରଣୀଧର ପ୍ରଧାନ ଜଣେ ଅବସରପ୍ରାପ୍ତ ଏବିଡିଓ ହୋଇଥିବାବେଳେ ମା’ କଲ୍ୟାଣୀ ପ୍ରଧାନ ଜଣେ ଗୃହିଣୀ। ରୀନା ଝାରସୁଗୁଡ଼ା ସରବହାଲ ୟୁଜିଏମଇ ସ୍କୁଲରେ ପାଠପଢ଼ା ଆରମ୍ଭ କରି ସରବାହାଲ ହାଇସ୍କୁଲରେ ୨୦୦୬ ମସିହାରେ ମାଟ୍ରିକରେ ୯୦ ପ୍ରତିଶତ ମାର୍କ ରଖି ସେ ପାସ୍ କରିଥିଲେ। ପରେ ସେ ସମ୍ବଲପୁର ଜିଏମ୍ କଲେଜରେ ଯୁକ୍ତ ଦୁଇରେ ନାମ ଲେଖାଇଥିଲେ। ପିଲାଦିନରୁ ଭଲ ପଢ଼ିବା ସହିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଆସୁଥିବା ରୀନା ବୁର୍ଲା ଭିମସାରରେ ମେଡିକାଲ ପାସ୍ କରିଥିଲେ। ଏବେ ସେ ନବରଙ୍ଗପୁରଠାରେ ମେଡିକାଲ ଅଫିସର ଭାବରେ କାର୍ଯ୍ୟରତ ଅଛନ୍ତି। ଆଇଏଏସ୍ ପାଇବା ପରେ ଜନସାଧାରଣଙ୍କ ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ବିଶେଷ କରି ମହିଳାଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ସାମାଜିକ ସୁରକ୍ଷା ଉପରେ ସେ କାମ କରିବେ ବୋଲି ନିଷ୍ପତ୍ତି ନେଇଥିବା କହିଛନ୍ତି। ଝାରସୁଗୁଡ଼ା ଜିଲ୍ଲାର ପ୍ରଥମ ଆଇଏଏସ୍ ହେବାର ସୁଯୋଗ ପାଇଥିବାବେଳେ ଏଥିପାଇଁ ସେ ତାଙ୍କ ମା’, ବାପା, ଭଗବାନ, ଶିକ୍ଷକ ଓ ସାଙ୍ଗସାଥୀ ସମସ୍ତଙ୍କ ଆଶୀର୍ବାଦ ବୋଲି କହିଛନ୍ତି।