ମୁଖ୍ୟମନ୍ତ୍ରୀଙ୍କ ପାଟଣାଗଡ଼ ଗସ୍ତକୁ ବିରୋଧ କରି ୨୫ କଂଗ୍ରେସ କର୍ମୀ ଗିରଫ

ପାଟଣାଗଡ଼,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟଣାଗଡ଼ ଗସ୍ତକୁ ବିରାଧ କରି କଂଗ୍ରେସ କର୍ମୀ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷାଭ ପ୍ରଦର୍ଶନ ସହ ସରକାର ବିରୋଧି ସ୍ଲୋଗାନ ଦେଇଥିଲେ। ପରେ ପାଟଣାଗଡ଼ ପୁଲିସ ଏସଡିପିଓଙ୍କ ନେତୃତ୍ୱରେ ଥାନାଧିକାରୀ ଅନନ୍ତ ପ୍ରଧାନ ପହଞ୍ଚି ବିଧାୟକ ପ୍ରାର୍ଥୀ ରେମଶ ପୁରୋହିତଙ୍କ ନେତୃତ୍ୱରେ ବିକ୍ଷୋଭ କରୁଥିବା କଂଗ୍ରେସ କର୍ମୀ ଉପେନ୍ଦ୍ର ମିଶ୍ର, ଦୟାନିଧି ମହାକୁଡ଼, ହରେକୃଷ୍ଣ ମେହର, ହମବନ୍ତ ସେଠ, ମାୟାଧର ସୁନା, ଦେବରାଜ ବାଗ, ରତ୍ନାକର ସାହୁ, ତେଜରାଜ ସାହୁ, ବେଣୁଧର ପ୍ରଧାନ, ପିତାମ୍ବର ପ୍ରଧାନ, ପ୍ରକାଶ ପୁରୋହିତଙ୍କ ସହ ୨୫ଜଣ କଂଗ୍ରେସ କର୍ମୀଙ୍କୁ ପୁଲିସ ଗିରଫ କରିଥିଲେ। ଆଉ ମୁଖ୍ୟମନ୍ତ୍ରୀ ଯିବା ପରେ ସେମାନଙ୍କୁ ବ୍ୟକ୍ତିଗତ ମୁଚାଲିକରେ ଛାଡ଼ି ଦେଇଥିବା ଜଣାପଡ଼ିଛି।