ହୀରାକୁଦ ଡ଼୍ୟାମ୍‌ରେ ଖୋଲିଲା ଆଉ ୨ଟି ଗେଟ୍‌, ବର୍ତ୍ତମାନ ମୋଟ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର,ଏନ୍ଏନ୍ଏସ୍: ହୀରାକୁଦ ଡ଼୍ୟାମରେ ଖୋଲିଲା ଆଉ ୨ଟି ଗେଟ୍। ବର୍ତ୍ତମାନ ମୋଟ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ କାର୍ଯ୍ୟ ଜାରି ରହିଛି। ଗତକାଲି ୩ଟି ଗେଟ୍ ଖୋଲାଯାଇଥିଲା। ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ନଦୀବନ୍ଧର ଜଳସ୍ତର ବଢିବାରେ ଲାଗିଛୁି। ଏବେ ୧୨ ଟି ଗେଟ୍ ଖୋଲଯାଇ ବନ୍ୟା ପାଣି ନିଷ୍କାସନ ପ୍ରକ୍ରିୟା ଜାରି ରହିଛି।

ବଙ୍ଗୋପସାଗରରେ ଆଜି ଆଉ ଏକ ଲଘୁଚାପ ସୃଷ୍ଟି ହୋଇଥିବାବେଳେ ଏହାର ପ୍ରଭାବରେ ୨୬ ତାରିଖ ପରଠାରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଗତ ଲଘୁଚାପ ପ୍ରଭାବରେ ହୀରାକୁଦର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବହୁଳ ମାତ୍ରାରେ ଜଳ ପ୍ରବେଶ କରୁଛି।

ଆଗକୁ ପୁଣି ଅଧିକ ଗେଟ୍ ଖୋଲିବାର ଆଶାଙ୍କା ରହିଛି। ହୀରାକୁଦରୁ ଜଳ ନିଷ୍କାସନ ବଢୁଥିବାରୁ ମହାନଦୀ ଅବବାହିକାରେ ବି ଜଳସ୍ତର ଧୀରେଧୀରେ ବଢିବ। ଏବେ ମହାନଦୀରେ ବନ୍ୟା ଆଶଙ୍କା ଟଳି ଯାଇଥିଲେ ବି ଆଗାକୁ ରାଜ୍ୟରେ ୩୦ ତାରିଖ ପର୍ଯ୍ୟନ୍ତର ଲଗାତାର ବର୍ଷାରେ ପୁଣି ମହାନଦୀ ଫୁଲିବାର ଆଶଙ୍କା ରହିଛି। ଏହାର ପ୍ରଭାବରେ କିଛି ତଳିଆ ଅଞ୍ଚଳରେ ମହାନଦୀ ଓ ଶାଖାନଦୀର ପାଣି ପ୍ରବେଶ କରିବାର ଆଶଙ୍କା ରହିଛି।