ଭୁବନେଶ୍ୱର,ଏନ୍ଏନ୍ଏସ୍: ଟୋକିଓରେ କିଟର ୨ଜଣ ଛାତ୍ର ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିବାରେ ସଫଳ ହୋଇଛନ୍ତି। ସେଥିପାଇଁ ଆଜି କିଟ ପକ୍ଷରୁ ସେମାନଙ୍କୁ ସମ୍ମାନିତ କରାଯାଇଛି। ଏହି ପରିପ୍ରେକ୍ଷୀରେ କିଟର ସଂସ୍ଥାପକ ଅଚ୍ୟୁତ ସାମନ୍ତ ଉପସ୍ଥିତ ରହି ପାରା ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରମୋଦ ଭଗତଙ୍କୁ ୫ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏଥିସହିତ କ୍ୟାମ୍ପସ-୧୨ରେ ଥିବା ଇଣ୍ଡୋର ଷ୍ଟାଡିୟମକୁ ‘ପ୍ରମୋଦ ଭଗତ ଇଣ୍ଡୋର ଷ୍ଟାଡିୟମ’ ନାମରେ ନାମିତ କରାଯାଇଥିବା ଜଣାପଡ଼ିଛି।
ସେହିପରି କିଟର ଆଉ ଜଣେ ସଫଳ ଖେଳାଳୀ ଦୂତୀ ଚାନ୍ଦଙ୍କୁ ସମ୍ମାନିତ କରି ସିନଥେଟିକ ଆଥଲେଟିକ ଷ୍ଟାଡିୟମକୁ ‘ଦୂତୀ ଚାନ୍ଦ ଷ୍ଟାଡିୟମ’ ନାମରେ ନାମିତ କରାଯାଇଛି। ଫଳରେ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ କିଟ୍ ଅଲମ୍ପିଆନଙ୍କ ନାମରେ ଷ୍ଟାଡିୟମକୁ ନାମିତ କରିଛି।