ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ଆକାଡେମୀ(ଏନଡିଏ)ରେ ଏବେ ଝିଅଙ୍କୁ ସ୍ଥାନ ମିଳିବ। ଏନଡିଏ ଜରିଆରେ ଝିଅଙ୍କୁ ସେନାରେ ସ୍ଥାୟୀ କମିଶନ ଦେବାର ନିର୍ଣ୍ଣୟ ନିଆଯାଇଛି ବୋଲି ସୁପ୍ରିମକୋର୍ଟକୁ କେନ୍ଦ୍ର ସରକାର ଜଣାଇଛନ୍ତି। କୋର୍ଟ ଏଥିରେ ଖୁସି ଜାହିର କରି ଲିଖିତ ପ୍ରମାଣପତ୍ର ଦାଖଲ କରିବାକୁ କେନ୍ଦ୍ରକୁ କହିଛନ୍ତି।
ସୂଚନାଯୋଗ୍ୟ, ଏନଡିଏରେ ବର୍ତ୍ତମାନ ସୁଦ୍ଧା କେବଳ ପୁଅଙ୍କୁ ସ୍ଥାନ ମିଳୁଥିଲା। ଏହାକୁ ଭେଦଭାବ ଦର୍ଶାଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର ହୋଇଥିଲା। ପରେ ଚଳିତ ବର୍ଷ ହେବାକୁ ଥିବା ଏନଡିଏ ପରୀକ୍ଷାରେ ଝିଅଙ୍କୁ ସାମିଲ କରିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ। ଆଉ ଦାଖଲକୁ ନେଇ ଚୂଡ଼ାନ୍ତ ଫଇସଲା ପରେ ନିଆଯିବ ବୋଲି ସୁପ୍ରିମକୋର୍ଟ କହିଥିଲେ।