ସାଂସଦ ଆଜମ ଖାନଙ୍କୁ ଆହ୍ଲାବାଦ୍ ହାଇକୋର୍ଟରୁ ଲାଗିଲା ବଡ଼ ଝଟକା

ପ୍ରୟାଗରାଜ,ଏଜେନ୍ସି: ଉତ୍ତର ପ୍ରଦେଶର ରାମପୁରରୁ ସାଂସଦ ମହମ୍ମଦ ଆଜମ ଖାନଙ୍କୁ ଆହ୍ଲାବାଦ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ସମାଜବାଦୀ ପାର୍ଟି ସାଂସଦଙ୍କୁ ଆଇନ ଏବଂ ସର୍ତ୍ତ ଉଲ୍ଲଂଘନ କରବା ମହଙ୍ଗା ପଡ଼ିଛି। ଆହ୍ଲାବାଦ ହାଇକୋର୍ଟ ଏଡିଏମ୍ ବିତ୍ତର ଅତିରିକ୍ତ ଅଧିଗ୍ରହଣ ଫେରାଇନେବା ଆଦେଶକୁ ଆଇନ୍ ସମ୍ମତ ବୋଲି କହିଛନ୍ତି। କୋର୍ଟ ୧୨.୫୦ ଏକର ଜମିର ଅତିରିକ୍ତ ଅଧିଗ୍ରହଣ ଫେରାଇ ନେଇ ରାଜ୍ୟରେ ମଙ୍ଗଳ କାମ କରିଛନ୍ତି ବୋଲି କହିଛନ୍ତି।

ହାଇକୋର୍ଟ ନିଜର ରାୟରେ କହିଛନ୍ତି ଯେ, ଉତ୍ତର ପ୍ରଦେଶ ସରକାରଙ୍କୁ ଜମି ଫେରାଇନେବାର ଅଧିକାର ରହିଛି। କୋର୍ଟ ଏସଡିଏମଙ୍କ ରିପୋର୍ଟ ଏବଂ ଏଡିଏମଙ୍କ ଆଦେଶର ବୈଧ୍ୟତାକୁ ଚ୍ୟାଲେଞ୍ଜ ଦେଇଥିବା ଟ୍ରଷ୍ଟର ଆବେଦନ ମଧ୍ୟ ଖାରଜ କରିଦେଇଛନ୍ତି। ମୌଲାନା ମହମ୍ମଦ ଅଲୀ ଜୌହର ଟ୍ରଷ୍ଟ ତରଫରୁ ଦାଖଲ ହୋଇଥିବା ଆବେଦନର ଶୁଣାଣି କରିବାକୁ ଯାଇ ବିଚାରପତି ରୋହିତ ରଞ୍ଜନ ଅଗ୍ରୱାଲଙ୍କ ଏକକ ପୀଠ ଏହି ଆଦେଶ ଦେଇଛନ୍ତି।