ଲାଇଭ୍ କଳିଙ୍ଗ ସିଇଓ ଗିରଫ

  • ଭୁବନେଶ୍ୱର: ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁକୁ ସାମ୍ବାଦିକ ଅପହରଣ କରିନେବା ଘଟଣାରେ ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ ତଥା ଉକ୍ତ ୱେବ ପୋର୍ଟାଲର ସିଇଓ ରାଜା। ୱେବ ପୋର୍ଟାଲ ସିଇଓଙ୍କୁ ଓଡ଼ିଶା ପୁଲିସର ଏକ ଟିମ କୋଲକାତାରୁ ଗିରଫ କରିବାରେ ସଫଳ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ୱେବ ପୋର୍ଟାଲ ଲାଇଭ କଳିଙ୍ଗ ସିଇଓ ତଥା ମୁଖ୍ୟ ଅଭିଯୁକ୍ତ ହେଉଛି ରଘୁନାଥ ଓରଫ ରାଜା। ଜଣେ ବ୍ୟବସାୟୀଙ୍କୁ ଉକ୍ତ ସଂସ୍ଥାର କେତେକ ସାମ୍ବାଦିକ ଅପହରଣ କରିନେଇଥିବା ଥାନାରେ ଅଭିଯୋଗ ହୋଇଥିଲା।  ପରବର୍ତ୍ତୀ ସମୟରେ ଅଭିଯୁକ୍ତମାନେ ବ୍ୟବସାୟୀ ପୂର୍ଣଚନ୍ଦ୍ର ସ୍ୱାଇଁକୁ ଅପହରଣ କରି ନିର୍ଯାତନା ଦେବା ନେଇ ଅଭିଯୋଗ ହୋଇଥିଲା। ବ୍ୟବସାୟୀଙ୍କୁ ରଖି ଟଙ୍କା ମଧ୍ୟ ମାଗୁଥିଲେ। ପୂର୍ବରୁ ଏହି ଘଟଣାରେ ୱେବ ପୋର୍ଟଲର ମହିଳା ସାମ୍ବାଦିକଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା ପୁଲିସ।