ଝାରସୁଗୁଡା,ଏନ୍ଏନ୍ଏସ୍: ଠେବରା- ସାଗରପାଲି ଗ୍ରାମ ନିକଟସ୍ଥ ହୀରାକୁଦ ରିଜର୍ଭର (ବୁଡି ପାଣି)ରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତ ଦେହ ଆଜି ଉଦ୍ଧାର ହୋଇଛି। ବ୍ୟକ୍ତି ଜଣଙ୍କର ପରିଚୟ ମିଳିନଥିବାବେଳେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପୁଲିସ ସୂଚନା ଦେଇଛି। ସୂଚନା ଅନୁଯାୟୀ, ଆଜି ସକାଳେ ଏକ ଶବ ମହାନଦୀର ବୁଡି ପାଣିରେ ଭାଶୁ ଥିବାର ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ଦେଖି ପୁଲିସକୁ ଖବର ଦେଇଥିଲେ।
ବ୍ରଜରାଜନଗର ଏସଡିପିଓ ଦିଲୀପ ଦାସଙ୍କ ନେତୃତ୍ୱରେ ପୁଲିସ ଟିମ, ଓଡ୍ରାଫ ଟିମ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହାୟତାରେ ଶବଟିକୁ ପାଣିରୁ ଉଦ୍ଧାର କରିଥିଲେ। ଅନ୍ୟପଟେ ସାଇଣ୍ଟିଫିକ ଘଟଣାସ୍ଥଳକୁ ମୃତକଙ୍କୁ ଚିହ୍ନଟ କରିବା ପାଇଁ ବିଭିନ୍ନ ଦିଗରେ ତଦନ୍ତ କରୁଛି। ପ୍ରାଥମିକ ତଦନ୍ତ ଅନୁଯାୟୀ, ଯୁବକଙ୍କ ଶବଟି ଉପର ମୁଣ୍ଡରୁ ଭାସି ଆସିଥିବା ଅନୁମାନ କରାଯାଉଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ସହ ମୃତକଙ୍କ ପରିଚୟ ମିଳିଲା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୁଲିସ ସୂଚନା ମିଳିଛି।