ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଉଚ୍ଚ କୁଦ ଖେଳରେ ଭାରତର ପ୍ରବୀଣ କୁମାରଙ୍କୁ ମିଳିଲା ରୌପ୍ୟ ପଦକ

ଟୋକିଓ,ଏଜେନ୍ସି: ଟୋକିଓ ପାରାଲିମ୍ପିକ୍ସର ଟି-୪୪ ବର୍ଗ ପୁରୁଷ ଉଚ୍ଚ କୁଦ ଖେଳରେ ଭାରତର ପ୍ରବୀଣ କୁମାର ରୌପ୍ୟ ପଦକ ଜିତି କରିଛନ୍ତି। ୧୮ ବର୍ଷୀୟ ପ୍ରବୀଣ କୁମାର ତାଙ୍କର ପ୍ରଥମ ପାରାଲିମ୍ପିକ୍ସରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେ ୨.୦୭ ମିଟର ଜମ୍ପ ସହିତ ଏକ ନୂତନ ଏସୀୟ ରେକର୍ଡ ସୃଷ୍ଟି କରିଛନ୍ତି।

ନିଶାଦ କୁମାର, ମାରିଆପ୍ପାନ ଥାଙ୍ଗାଭେଲୁ ଏବଂ ଶରଦ କୁମାରଙ୍କ ପରେ ଉଚ୍ଚ କୁଦରେ ଏହା ହେଉଛି ଭାରତର ଚତୁର୍ଥ ପଦକ।