ବ୍ରିଟେନ୍‌-ବ୍ରାଜିଲ-ଚୀନରୁ ଯାତ୍ରୀ ମୁମ୍ବାଇ ବିମାନବନ୍ଦର ଆସିଲେ ଦେଖାଇବେ ଆରଟି-ପିସିଆର ରିପୋର୍ଟ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ପୁଣି ଥରେ କରୋନା ଭାଇରସ ସଂକ୍ରମଣ ଚିନ୍ତା ବଢ଼ାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୫ ହଜାର ୯୭୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୪ ହଜାର ୭୭୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ୫୦୫ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାରି ମଧ୍ୟରେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିଦେଶୀ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି ହୋଇଛି।

ବିଦେଶରେ ପୁଣି ଥରେ କରୋନା ସଂକ୍ରମଣ ଉପରମୁହାଁ ହୋଇଥିବା ବେଳେ ବ୍ରିଟେନ, ପଶ୍ଚିମ ଏସିଆ, ବ୍ରାଜିଲ ଓ ଚୀନ ଭଳି ଦେଶଗୁଡ଼ିକରୁ ମୁମ୍ବାଇ ବିମାନବନ୍ଦରକୁ ଆସୁଥିବା ଯାତ୍ରୀମାନଙ୍କୁ ଆରଟି-ପିସିଆର ରିପୋର୍ଟ ଦେଖାଇବାକୁ ପଡ଼ିବ। ସେପ୍ଟେମ୍ବର ୩ ତାରିଖ ଠାରୁ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ଏହି ନୂଆ ନିୟମ ଲାଗୁ ହେବ। ମୁମ୍ବାଇ ନଗର ନିଗମ ବୁଧବାର ଏହି ସୂଚନା ଦେଇଛି। କେରଳରେ କୋଭିଡ-୧୯ ଯାଞ୍ଚ ସକରାତ୍ମକତା ଦର (ଟିଆରପି) ଅଧିକ ରହିଛି ଏବଂ କିଛି ଜିଲ୍ଲାରେ ୨୦ ପ୍ରତିଶତରୁ ଅଧିକ ରହିଛି।