- ରାଉରକେଲା: ଷ୍ଟିଲ୍ ସହର ରାଉରକେଲାରେ ସୋମବାର ହୋଇଛି ସେରୋ ସର୍ଭେ। ସହରର ୩ଟି ସ୍ଥାନରେ ହୋଇଛି ସେରୋ ସର୍ଭେ। ତୃତୀୟ ଲହରରେ ଛୋଟ ପିଲାମାନେ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ମୁଖ୍ୟତଃ ୬ ବର୍ଷରୁ ୧୭ ବର୍ଷର ପିଲାଙ୍କୁ ଫୋକସ୍ କରାଯାଇଛି। ଭୁବନେଶ୍ୱର ଆରଏମଆରସି ସଦସ୍ୟ ମାତୃଜ୍ୟୋତି ପଟ୍ଟନାୟକଙ୍କ ନେତୃତ୍ୱରେ ରାଉରକେଲା ଯାଇଥିଲା ୪ ଜଣିଆ ଟିମ୍। ପ୍ରଥମେ ରିଜର୍ଭ ପୁଲିସ ହସ୍ପିଟାଲରେ ନମୁନା ସଂଗ୍ରହ କରିଥିଲା। ପରେ ବାସନ୍ତି କଲୋନୀ, ସହରାଞ୍ଚଳ ହସ୍ପିଟାଲ୍ ଓ ଉଦିତ ନଗରସ୍ଥିତ ସହରାଞ୍ଚଳ ହସ୍ପିଟାଲରେ ନମୁନା ସଂଗ୍ରହ କରାଯାଇଛି। ପ୍ରତି କେନ୍ଦ୍ରରୁ ୪୦ ଜଣଙ୍କଠାରୁ ନମୁନା ସଂଗ୍ରହ କରାଯାଇଛି। ସେଥିରୁ ୬ରୁ ୧୭ ବର୍ଷର ବର୍ଗର ୧୨ ଜଣ ପିଲା ଅଛନ୍ତି। ଲୋକେ ଶୃଙ୍ଖଳିତଭାବେ କୋଭିଡ୍ ଗାଇଡଲାଇନ୍ ମାନି କେନ୍ଦ୍ରକୁ ଆସିଥିଲେ।