ହ୍ୱାଟସଆପରେ କରିପାରିବେ ସ୍ଲଟ୍ ବୁକିଂ

  • ନୂଆଦିଲ୍ଲୀ: ଯଦି ଆପଣ ଏଯାଏଁ କରୋନା ବିରୋଧୀ ଟିକା ନେଇନାହାନ୍ତି, ତା’ହେଲେ ଶୀଘ୍ର ବୁକିଂ କରନ୍ତୁ। ଯଦି ଆପଣ ସ୍ଲଟ୍ ଖୋଜିବାରେ ଅସମର୍ଥ ହେଉଛନ୍ତି, ତା’ହେଲେ ଏମିତି ଅନେକ ଉପାୟ ରହିଛି ଯାହାକୁ ବ୍ୟବହାର କରି ଆପଣ ଟିକା ପାଇଁ ସ୍ଲଟ ବୁକିଂ କରିପାରିବେ।
    ଏହି ଉପାୟ ଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ହ୍ୱାଟସଆପ୍। ଏଣିକି ହ୍ୱାଟସଆପରେ ଆପଣ ଟିକା ପାଇଁ ସ୍ଲଟ୍ ବୁକିଂ କରିପାରିବେ। ପୂର୍ବରୁ ଲୋକମାନେ ଏଠାରୁ କେବଳ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରୁଥିଲେ। ଏଥିପାଇଁ ସେମାନଙ୍କୁ ମାଇଁ ଗଭର୍ନମେଣ୍ଟ ହେଲ୍ପଡେସ୍କକୁ ଏକ ମେସେଜ ପଠାଇବାକୁ ପଡ଼ୁଥିଲା ଓ ଏହାପରେ ସାର୍ଟିଫିକେଟ୍ ଡାଉନଲୋଡ୍ କରିବାକୁ ଅନୁମତି ମିଳୁଥିଲା। ଏବେ ଲୋକମାନଙ୍କୁ ଟିକାର ସ୍ଲଟ୍ ବୁକ୍ କରିବାକୁ ହ୍ୱାଟସଆପରେ ଅନୁମତି ଦିଆଯାଇଛି।
    ହ୍ୱାଟସଆପ୍ ଉପଭୋକ୍ତାମାନେ ଏମୱାଇଜିଓଭି ନମ୍ବରକୁ ବୁକ୍ ସ୍ଲଟ୍ ପଠାଇପାରିବେ ଓ ଏହାପରେ ଟିକାର ସ୍ଲଟ୍ ବୁକ ପାଇପାରିବେ। ଏମୱାଇଜିଓଭି ସିଇଓ ଅଭିଷେକ ସିଂହ କହିଛନ୍ତି, “ଏମୱାଇଜିଓଭି କରୋନା ହେଲ୍ପଡେସ୍କ ଗୋଟିଏ ଟେକ୍ନୋଲଜିକାଲ ସଲ୍ୟୁସନ ପ୍ରୋଗ୍ରାମ। ଏହାଦ୍ୱାରା ଦେଶର ଲକ୍ଷ ଲକ୍ଷ ନାଗରିକଙ୍କୁ ଉପକୃତ ହେଉଛନ୍ତି।”
    ୧- ସର୍ବପ୍ରଥମେ ନିଜ ଫୋନରେ ଏମୱାଇଜିଓଭି କରୋନା ହେଲ୍ପଡେସ୍କ ନମ୍ବର ୯୦୧୩୧୫୧୫୧୫ ସେଭ କରିବାକୁ ପଡ଼ିବ।
    ୨- ନମ୍ବର ସେଭ୍ କରିବା ପରେ ହ୍ୱାଟସଆପରେ ଚାଟ୍ ୱିଣ୍ଡୋ ଖୋଲନ୍ତୁ।
    ୩- ଏହାପରେ ବୁକ୍ ସ୍ଲଟ୍ ଲେଖି ସେଣ୍ଡ ବା ପଠାନ୍ତୁ।
    ୪- ତୁରନ୍ତ ଏମୱାଇଜିଓଭିରୁ ଆପଣଙ୍କ ପାଖରୁ ୬ ଅଙ୍କ ବିଶିଷ୍ଟ ଗୋଟିଏ ଓଟିପି ଆସିବ।
    ୫- ଏହାକୁ ହ୍ୱାଟସଆପରେ ଟାଇପ କରିବେ। ଏହାପରେ ଏକ ଲିଙ୍କ ଆସିବ।
    ୬-ଏହାକୁ କ୍ଲିକ କରି ଆପଣ ନିଜ ପସନ୍ଦର ତାରିଖ, ସ୍ଥାନ ଓ କେଉଁ ଟିକା ନେବାକୁ ଚାହୁଁଛନ୍ତି, ତା’ହା ବୁକ କରିପାରିବେ।