କୋଲକାତା: ଆଜି ତୃତୀୟଥର ଲାଗି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ମମତା ବାନାର୍ଜୀ ଶପଥ ଗ୍ରହଣ କରିଛନ୍ତି। ଶପଥ ନେବା ପରେ ମମତା କହିଛନ୍ତି ଯେ, କରୋନା ବିରୁଦ୍ଧରେ ଲଢ଼ିବା ହେଉଛି ତାଙ୍କର ପ୍ରଥମ ପ୍ରାଥମିକତା। ବଙ୍ଗଳାରେ ଆଉ ହିଂସାକୁ ସହ୍ୟ କରାଯିବ ନାହିଁ। ବଙ୍ଗଳାକୁ ହିଂସା ପସନ୍ଦ ନୁହେଁ। ମୁଁ ବ୍ୟକ୍ତିଗତ ରୂପେ ଆଇନ ଓ ବ୍ୟବସ୍ଥା ପ୍ରସଙ୍ଗକୁ ଦେଖିବି ଏବଂ ରାଜ୍ୟରେ ଶାନ୍ତି ବଜାୟ ରହୁ ବୋଲି କାମନା କରିବି। ଶାନ୍ତି ବଜାୟ ରଖିବାକୁ ମୁଁ ସଭିଙ୍କୁ ଆହ୍ୱାନ ଦେଉଛି। କୌଣସି ଦଳର ବ୍ୟକ୍ତି ଯଦି ହିଂସା କରନ୍ତି ତେବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଁ ଶାନ୍ତି ପକ୍ଷରେ ରହିଛି ଓ ରହିବି।