ଦିଲ୍ଲୀକୁ ଝଟକା: ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ କରୋନା

ଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ ଆସନ୍ତା ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି। ଇତିମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଏକ ବଡ଼ ଝଟକା ଲାଗିଛି। ଟିମର ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅକ୍ଷର ଏବେ ଆଇସୋଲେସନରେ ରହିବା ସହ ସମସ୍ତ ନିୟମକୁ ପାଳନ କରୁଛନ୍ତି। ଆଉ ଆଗାମୀ ୨ ଦିନ ପରେ ତାଙ୍କର ପୁଣିଥରେ କରୋନା ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ସଂସ୍କରଣର ପ୍ରଥମ ମ୍ୟାଚ୍ ଏପ୍ରିଲ ୧୦ରେ ଚେନ୍ନାଇ ସୁପରକିଂଗ୍ସ ବିରୋଧରେ ଖେଳିବ। ଏହି ମ୍ୟାଚ୍ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯିବ।