ଫାଇଜର ଭ୍ୟାକ୍ସିନ ପିଲାଙ୍କ ପାଇଁ ଶହେ ପ୍ରତିଶତ ସୁରକ୍ଷିତ

ନୂଆଦିଲ୍ଲୀ: କରୋନା କାଳରେ ଧୀରେ ଧୀରେ ସ୍କୁଲ ଖୋଲୁଥିବାରୁ ଔଷଧ କମ୍ପାନୀ ଫାଇଜର ପିଲାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ଫାଇଜର ଭ୍ୟାକ୍ସିନ ୧୨ରୁ ୧୫ ବର୍ଷର ପିଲାଙ୍କ ପାଇଁ ୧୦୦ ପ୍ରତିଶତ ସୁରକ୍ଷିତ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି। ଏବେ ସୁଦ୍ଧା ଦୁନିଆରେ ଯେଉଁ ବି ଭ୍ୟାକ୍ସିନ ଆସିଛି ତାହା ବୟସ୍କଙ୍କ ପାଇଁ ହୋଇଥିବାବେଳେ ଫାଇଜର ଭ୍ୟାକ୍ସିନକୁ ୧୬ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଲାଗି ମଞ୍ଜୁରୀ ପ୍ରଦାନ କରାଯାଇଛି।

ଇଜର ଏବଂ ତା’ର ଜର୍ମାନୀ ପାର୍ଟନର ବାୟୋଏନଟେକ୍ ଆଗାମୀ ସପ୍ତାହରେ ୧୨ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ କରୋନା ଟିକା ଲଗାଇବା ପାଇଁ ୟୁଏସ ଫୁଡ ଏଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ଓ ୟୁରୋପୀୟ ରେଗୁଲେଟର୍ସଙ୍କଠାରେ ଆବେଦନ କରିବ।
ଫାଇଜରର ସିଇଓ ଏଲବୋର୍ଟ ବୋର୍ଲା ତାଙ୍କ ବୟାନରେ କହିଛନ୍ତି ଯେ, ଜରୁରୀକାଳୀନ ଭାବେ ଭ୍ୟାକ୍ସିନକୁ ଉପଯୋଗ କରିବା ପାଇଁ ଆମେ ଆବେଦନ କରି ଦେଇଛୁ। ଆଶା କରୁଛୁ ଆଗାମୀ ବର୍ଷ ସ୍କୁଲ ଖୋଲିବା ପୂର୍ବରୁ ଏହି ବୟସର ସମସ୍ତ ପିଲାଙ୍କୁ ଭ୍ୟାକ୍ସିନ ଲାଗି ସାରିଥିବ।