ନୂଆଦିଲ୍ଲୀ,ଏଜେନ୍ସି: ଆଜି ସକାଳେ ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲା ଚିକିତ୍ସାଳୟର ସିକ୍ ନ୍ୟୁବର୍ଣ୍ଣ କେୟାର ୟୁନିଟରେ ଅଗ୍ନିକାଣ୍ଡ ଘଟି ୧୦ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।
ସେ ଟୁଇଟ କରି କହିଛନ୍ତି ‘ମହାରାଷ୍ଟ୍ରର ଭଣ୍ଡାରା ଡାକ୍ତରଖାନାର ଅଗ୍ନିକାଣ୍ଡରେ ଶିଶୁମାନଙ୍କର ଅକାଳ ମୃତ୍ୟୁରେ ମୁଁ ଗଭୀର ଦୁଃଖିତ, ଏହି ହୃଦୟ ବିଦାରକ ଘଟଣାରେ ନିଜ ସନ୍ତାନ ହରାଇଥିବା ପରିବାର ପ୍ରତି ମୋର ହୃଦୟରୁ ସମବେଦନା’। ମାହାରାଷ୍ଟ୍ରର ସରକାର ମୃତ ଶିଶୁଙ୍କ ସମ୍ପର୍କୀୟଙ୍କୁ ୫୦ ଲକ୍ଷ ଟଙ୍କା ଏକ୍ସ-ଗ୍ରାଟିଆ ଘୋଷଣା କରିବା ସହ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଭଣ୍ଡାରା ଜିଲ୍ଲାର କଲେକ୍ଟର ସନ୍ଦିପ କଦମ କହିଛନ୍ତି, ‘ସକାଳ ପ୍ରାୟ ୨ଟା ବେଳେ ଏହି ଅଗ୍ନିକାଣ୍ଡରେ ୧୦ ଜଣ ଶିଶୁ ପ୍ରାଣ ହରାଇଥିଲେ। କିନ୍ତୁ ଆମେ ୭ଟି ଶିଶୁଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛୁ। ଅଗ୍ନିକାଣ୍ଡର କାରଣ ନିଶ୍ଚିତ କରିବା ପାଇଁ ଯାନ୍ତ୍ରିକ ବିଭାଗୀୟ କମିଟି ଏହାର ତଦନ୍ତ କରିବ।’