ମେରୁଦଣ୍ଡ ଶରୀରର ସପୋର୍ଟ ସିଷ୍ଟମ ଯେଉଁଥିରେ ଶରୀରର ପ୍ରତ୍ୟେକ ଅଙ୍ଗକୁ ପରିଚାଳିତ କରିବା ପାଇଁ ସ୍ନାୟୁ ଥାଏ। କୌଣସି କାରଣ ବଶତଃ ମେରୁଦଣ୍ଡରେ ଆଘାତ ଲାଗିବା ଦ୍ୱାରା ସ୍ନାୟୁ ଉପରେ ଚାପ ପଡ଼ିଥାଏ। ଏହି ହାଡ଼ଗୁଡ଼ିକରେ ଶରୀରକୁ ଚଳାଇବା ପାଇଁ ତାର ରହିଛି ଯାହା ମସ୍ତିଷ୍କ ପର୍ଯ୍ୟନ୍ତ ଯାଇଛି ଓ ଏହା ଦ୍ୱାରା ଶରୀର କାମ କରୁଛି।
କାରଣ : ତନ୍ତ୍ରିକାର କୋଶିକାଗୁଡ଼ିକ ଉପରେ ଆଘାତ ଲାଗିବା ଦ୍ୱାରା ସ୍ନାୟୁରେ ଚାପ ରହେ। ଉଚ୍ଚରୁ ପଡ଼ିଗଲେ ସିଭିୟର ସ୍ପାଇନ ଇନଜ୍ୟୋରୀ ହୁଏ। ଏହି ସ୍ଥିତି ଯୋଗୁଁ ଆଙ୍ଗିକ ପାରାଲିସିସ ହୋଇଥାଏ। ତେଣୁ ରୋଗୀକୁ ୪ରୁ ୫ ମାସ ଆରାମର ଆବଶ୍ୟକତା ହୁଏ।
ଲକ୍ଷଣ : ବେକରେ ଓ ଅଣ୍ଟାରେ ହେଉଥିବା ଯନ୍ତ୍ରଣା ସମୟ ସହିତ ବଢ଼ିବା। ହାତ ଓ ପାଦରେ ଦୁର୍ବଳତା ଅନୁଭବ କରିବା। ୟୁରିନ ଓ ଷ୍ଟୁଲ କରିବା ପରେ ନିୟନ୍ତ୍ରଣ ହରାଇବା, ହାତ ଗୋଡ଼ରେ ଶିଥିଳତା ଓ ଝିମ୍ ଝିମ୍ ହେବା, ଚାଲିବା ଦ୍ୱାରା ସମସ୍ୟା ଓ କମ୍ପନ ହେବା ଇତ୍ୟାଦି ମେରୁଦଣ୍ଡରେ ଆଘାତ ଲାଗିବାର ଲକ୍ଷଣ।
ସାବଧାନ : ଯଦି ଭାରି ବା ଓଜନ ଉଠେଇବାର ଥାଏ ତେବେ ସନ୍ତୁଳନ ସହିତ ଉଠେଇବା ଉଚିତ୍। କମ୍ପ୍ୟୁଟରରେ କାମ କରିବା ବା ଡ୍ରାଇଭିଙ୍ଗ୍ ସମୟରେ ସିଧା ବସିବା ଉଚିତ୍। ଛୋଟ ପିଲାକୁ ଉଠେଇବା ସମୟରେ ବସିବା ଉଚିତ୍। ଫୋନର ପ୍ରୟୋଗ କରିବା ସମୟ ବେକକୁ ନୁଏଁଇବା ଉଚିତ୍ ନୁହେଁ। ବ୍ୟାଗକୁ କାନ୍ଧରେ ନ ଉଠାଇ ପିଠି ଉପରେ ବ୍ୟାଗ୍ ଟାଙ୍ଗିବା ଉଚିତ୍।
ଚିକିତ୍ସା : ଏମ୍ ଆର ଆଇ, ସିଟି ସ୍କାନ୍ର ପରୀକ୍ଷା ଦ୍ୱାରା ମେରୁଦଣ୍ଡର ହାଡ଼ରେ ଆଘାତ ଜଣାପଡିଯିବ। ଆଘାତ ପରେ ଫ୍ରାକ୍ଚର ସମୟରେ ହାଡ଼କୁ ଯୋଡ଼ାଯାଏ। ଗମ୍ଭୀର ସ୍ଥିତିରେ ସର୍ଜରୀ କରାଯାଏ। ଚିକିତ୍ସାର କିଛି ଦିନ ପରେ ରିକଭରୀ ପାଇଁ ଫିଜିଓଥେରାପୀ କରାଯାଏ। ମେଡ଼ିକାଲରେ ଚିକିତ୍ସା ପାଇଁ ଷ୍ଟେମ ସେଲ ଥେରାପୀ ମଧ୍ୟ କରାଯାଏ।