ନୀତିଶ କୁମାରଙ୍କ ସହ କଥା ହେଲେ ଅମିତ ଶାହ

ପାଟନା, ଏଜେନ୍ସି : ବିହାରରେ ପୁଣି ଏନଡିଏ ସରକାର ଗଢିବାକୁ ଯାଉଛି। ବର୍ତ୍ତମାନ ସୁଦ୍ଧା ଏନଡିଏ ୧୨୨ ସିଟ୍ ରେ ଆଗୁଆ ରହିଥିବାବେଳେ ମହାଗଠବନ୍ଧନ ୧୧୪ ସିଟ୍ ପାଇ ଟକ୍କର ଦେଉଛି। ଅନ୍ୟ ଦଳକୁ ମାତ୍ର ୮ଟି ସିଟ୍ ମିଳିଛି। ଏନଡିଏ ଆଗୁଆ ଥିବାରୁ କର୍ମୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ପରସ୍ପର ମଧ୍ୟରେ ମିଟା ବଣ୍ଟନ କରୁଛନ୍ତି। ଏହି ପରିପ୍ରକ୍ଷୀରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ କଥା ହୋଇଛନ୍ତି।