ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରୁଥିବା ଫାଇଜର କମ୍ପାନୀ ଏକ ବଡ଼ ଘୋଷଣା କରିଛି। ଫାଇଜରର କହିବା ମୁତାବିକ, ତାଙ୍କ କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିଡ-୧୯ ଭ୍ୟାକ୍ସିନ ୯୦ ପ୍ରତିଶତ ପ୍ରଭାବୀ। କାରଣ ତାଙ୍କ ଭ୍ୟାକ୍ସିନ ସେମାନଙ୍କ ଉପରେ ପ୍ରୟୋଗ କରାଯାଇଥିଲା ଯେଉଁମାନଙ୍କଠାରେ ପ୍ରାରମ୍ଭରେ କରୋନା ଲକ୍ଷଣ ଦେଖାଯାଉ ନଥିଲା।
ଫାଇଜରର ସିଇଓ ଅଲବର୍ଟ ବୋରଲା କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ କୋଭିଡ-୧୯ର ମୁକାବିଲା କରିବା ପାଇଁ ଆମ ଟୀକା କ୍ଷମତାଶାଳୀ ବୋଲି ଜଣାପଡ଼ିଥିଲା। ଏଥିସହିତ କମ୍ପାନୀ ଚଳିତ ମାସ ଶେଷସୁଦ୍ଧା ନିୟାମକ ସହ ଭ୍ୟାକ୍ସିନକୁ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର ଲାଗି ଆବେଦନ କରିବା ପାଇଁ ପ୍ରସ୍ତୁତି ଚଳାଇଛି।
ଭ୍ୟାକ୍ସିନକୁ ନେଇ କମ୍ପାନୀ ଦାବି କରିବା ପରେ ଖୁବଶୀଘ୍ର ଭ୍ୟାକ୍ସିନ ଆସିବ ବୋଲି ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍ କରି କହିଛନ୍ତି। ରିପୋର୍ଟ ୯୦ ପ୍ରତିଶତ ପ୍ରଭାବୀ ଯାହାକି ଏକ ଭଲ ଖବର ବୋଲି ମଧ୍ୟ ଟ୍ରମ୍ପ କହିଛନ୍ତି।