ହ୍ୱାଇଟ ହାଉସକୁ ଜିତିଲେ ଜୋ ବାଇଡେନ୍

ୱାସିଂଟନ୍,ଏଜେନ୍ସି: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କୁ ପଛରେ ପକାଇ ହ୍ୱାଇଟ ହାଉସକୁ ଜିତିଲେ ଜୋ ବାଇଡେନ୍। ନ୍ୟୁୟର୍କସ ଟାଇମ ରିପୋର୍ଟ ଅନୁସାରେ ଜୋ ବାଇଡେନ ୨୯୦ଟି ଆସନରେ ଜିତି ଥିବାବେଳେ ଡୋନାଲ୍ଡ ଟ୍ରମ୍ପ ୨୧୪ଟି ଆସନରେ ରହିଛନ୍ତି। ଏଥିସହିଦ ଜୋ ବାଇଡେନ ଆମେରିକାର ୪୬ ତମ ରାଷ୍ଟ୍ରପତି ହୋଇଛନ୍ତି।

ବାଇଡେନଙ୍କ ବିଜୟ ସହ ଆମେରିକାରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ହ୍ୱାଇଟ ହାଉସରେ ଟ୍ରମ୍ପ ଶାସନର ଅନ୍ତ ଘଟିଛି ଓ ଡେମୋକ୍ରାଟିକ ଦଳ ପୁଣି କ୍ଷମତାକୁ ଫେରିଛି । ୧୯୯୨ ମସିହା ପରେ ଟ୍ରମ୍ପ ଦ୍ୱିତୀୟ ଥର ରାଷ୍ଟ୍ରପ୍ରତି ନିର୍ବାଚିତ ନହେବାର ପ୍ରଥମ ରାଷ୍ଟ୍ରପତି ବିବେଚିତ ହୋଇଛନ୍ତି । ବିଜୟୀ ହେବା ପରେ ବାଇଡେନ୍ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦେଶବାସୀଙ୍କ ପ୍ରତିଶ୍ରୁତି ଦେଇ ସେ କହିଛନ୍ତି, ସମସ୍ତ ଆମେରିକାବାସୀଙ୍କର ରାଷ୍ଟ୍ରପତି ଭାବେ ସେ କାମ କରିବେ। ସମସ୍ତଙ୍କୁ ଏକଜୁଟ ହୋଇ ଆଗକୁ ବଢିବାକୁ ହେବ ବୋଲି ବାଇଡେନ କହିଛନ୍ତି । ଏଥିସହ ଭାରତୀୟ ବଂଶୋଦ୍ଭବ କମଳା ହାରିସ ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଏହି ପଦବି ଗ୍ରହଣ କରିବା ସେ ହେବେ ଆମେରିକାର ପ୍ରଥମ ମହିଳା ।

ଆମେରିକାରେ ୫୦ଟି ରାଜ୍ୟକୁ ନେଇ ୫୩୮ଟି ଆସନରେ ନିର୍ବାଚନ ହୋଇଥାଏ। ସେଥିରୁ ରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ୨୭୦ଟି ସିଟର ଆବଶ୍ୟକ ରହିଥାଏ। ପେନସିଲଭାନିଆରେ ବିଜୟ ହେବା ପରେ ଜୋ ବାଇଡେନ ଏହି ମ୍ୟାଜିକ ନମ୍ବର ପାର କରିଛନ୍ତି।