ନୂଆଦିଲ୍ଲୀ,ଏଜେନ୍ସି: ହ୍ୟୁଣ୍ଡାଇ ପକ୍ଷରୁ ଭାରତୀୟ ବଜାରରେ ଏହାର ନୂତନ କାର ଆଇ୨୦ ଲଞ୍ଚ କରାଯାଇଛି । ଭାରତରେ ଏହି କାରର ଏକ୍ସ-ଶୋ’ରୁମ୍ ମୂଲ୍ୟ ୬.୭୯-୧୧.୧୭ ଲକ୍ଷ ଟଙ୍କା ମଧ୍ୟରେ ରହିଛି। ନୂଆ ଆଇ୨୦ ଉଭୟ ପେଟ୍ରୋଲ ଓ ଡିଜେଲ ଭାରିଆଣ୍ଟରେ ଉପଲବ୍ଧ ହେବ। ହ୍ୟୁଣ୍ଡାଇ ମୋଟର ଇଣ୍ଡିଆର ଏମ୍ଡି ଏସଏସ୍ କିମଙ୍କ ସୂଚନା ମୁତାବକ, କମ୍ପାନୀ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି ନୂଆ ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏହି ନୂତନ ମଡେଲ୍ର ଉନ୍ମୋଚନ କରିଛି।
ହ୍ୟୁଣ୍ଡାଇ ପକ୍ଷରୁ ଗତ ସପ୍ତାହରେ ୨୧,୦୦୦ ଟଙ୍କାରେ ଏହି କାର୍ର ବୁକିଙ୍ଗ୍ ଆରମ୍ଭ କରାଯାଇଥିଲା। ଏହି ନୂତନ କାର୍କୁ ଚଳିତ ବର୍ଷ ମାର୍ଚ୍ଚରେ ଜେନେଭା ମୋଟର ଶୋ’ରେ ବିଶ୍ୱବ୍ୟାପୀ ଲଞ୍ଚ କରାଯିବାର ଯୋଜନା ଥିଲା। କିନ୍ତୁ କୋଭିଡ୍-୧୯ ଯୋଗୁ ଏହା ସମ୍ଭବ ହୋଇପାରିନଥିଲା। ଏହି ହ୍ୟାଚବ୍ୟାକ ଭାରତରେ ୨ଟି ଡିଜେଲ ଇଞ୍ଜିନ୍ ଓ ଗୋଟିଏ ପେଟ୍ରୋଲ ଇଞ୍ଜିନ୍ ବିକଳ୍ପରେ ଉପଲବ୍ଧ ହେଉଛି।
ଏଥିରେ ଆଙ୍ଗୁଲାର ଜେଡ୍-ସେପଡ ଏଲଇଡି ହେଡଲାଇଟ, ଆଣ୍ଡ୍ରଏଡ ଅଟୋ ସହିତ ୧୦.୨୫ ଇଞ୍ଚ ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ, ଆପଲ କାର ପ୍ଲେ ଓ ହ୍ୟୁଣ୍ଡାଇର ବ୍ଲୁ ଲିଙ୍କ କନେକ୍ଟେଡ କାର ଫିଚର, ଡିଜିଟାଲ ଇନ୍ଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ୭ ସ୍ପିକର ବୋସ ସାଉଣ୍ଡ ସିଷ୍ଟମ, ସନ୍ରୁଫ, ୱାୟାରଲେସ ଫୋନ୍ ଚାର୍ଜର, ଆମ୍ବିଏଣ୍ଟ ଲାଇଟିଂ ଆଦି ଫିଚର ରହିଛି। ଏହି କାରରେ ୬ଟି ଏୟାରବ୍ୟାଗ୍, ଇବିଡି ସହ ଏବିଏସ୍, ଇଲେକଟ୍ରୋନିକ୍ ଷ୍ଟାବିଲିଟି କଂଟ୍ରୋଲ, ଭେଇକିଲ୍ ଷ୍ଟାବିଲିଟି ମ୍ୟାନେଜ୍ମେଣ୍ଟ ଓ ହିଲ ଷ୍ଟାର୍ଟ ଭଳି ସୁରକ୍ଷା ଫିଚର ରହିଛି। ଏହି କାର ୬ଟି ଆକର୍ଷଣୀୟ ରଙ୍ଗ ଯେପରିକି ପୋଲାର ହ୍ୱାଇଟ, ଟାଇଫୁନ ସିଲଭର, ଟାଇଟନ ଗ୍ରେ, ଫିଏରି ରେଡ, ଷ୍ଟାରି ନାଇଟ ଓ ମେଟାଲିକ କପରରେ ଉପଲବ୍ଧ ହେବ ।