ମାଲକାନଗିରିରୁ ପୁଣି ୨୩ କରୋନା ଚିହ୍ନଟ: ସଂଖ୍ୟା ୪,୯୮୩କୁ ବୃଦ୍ଧି

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ପୁଣି ୨୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୯୮୩କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କାଲିମେଳା ବ୍ଲକରୁ ୧୦ଜଣ, ଖଇରପୁଟ ବ୍ଲକରୁ ୪ ଜଣ, ମାଲକାନଗିରି ପୌରପରିଷଦ, ବାଲିମେଳା ଏନଏସି, ମାଲକାନଗିରି ଓ ମାଥିଲି ବ୍ଲକରୁ ଜଣେ ରହିଛନ୍ତି। ସେଥିମଧ୍ୟରୁ ଜଣେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାବେଳେ ୬ଜଣ କ୍ଲିନିକରୁ ସ୍ଥାନାନ୍ତରିତ ହୋଇଛନ୍ତି। ସେହିପରିି ୧୬ଜଣ ଘର ଘର ସର୍ଭେ ବେଳେ ଚିହ୍ନଟ ହୋଇଥିବା ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୪,୯୮୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୪,୬୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୨୯୭ ଜଣ ଚିକିତ୍ସିତ ହେଉଛନ୍ତି।