ତୁର୍କୀ ଭୂକମ୍ପ: ମୃତ୍ୟୁ ସଂଖ୍ୟା ୬୨କୁ ବୃଦ୍ଧି

ଅଙ୍କରା,ଏଜେନ୍ସି: ଶୁକ୍ରବାର ଇସ୍ତାନବୁଲ୍‌ରେ ଏଜିୟନ୍ ସାଗରରେ ଆସିଥିବା ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୬୨କୁ ବୃଦ୍ଧି ପାଇଥିବା ଦେଶର ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ରବିବାର ସୂଚନା ଦିଆଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତକଙ୍କ ସଂଖ୍ୟା ସ୍ପଷ୍ଟ ହୋଇନାହିଁ ବୋଲି ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୧୦୩ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ତୁର୍କୀ ରାଷ୍ଟ୍ରପତି ରେସେପ ଏର୍ଦୋଗନ ସୂଚନା ଦେଇଛନ୍ତି । ତେବେ ରବିବାର ଭୂମିକମ୍ପର ୩୩ଘଣ୍ଟା ପରେ ଭୁଷୁଡି ଯାଇଥିବା ଇଜ୍‌ମୀର୍ ନାମକ ଏକ ବାସଭବନ ତଳୁ ଏହ୍‌ମେତ୍ ସିଟିମ୍ ନାମକ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କୁ ଉଦ୍ଧାର କରାଯାଇଛି ।