ନୂଆଦିଲ୍ଲୀ,ଏଜେନ୍ସି: ପାର୍ବଣ ଋତୁ ଏବଂ ମହାମାରୀ କାରଣରୁ ଡିଜିଟାଲ ପେମେଣ୍ଟକୁ ଅଗ୍ରାଧିକାର ଦିଆଯାଉଥିବାରୁ ଦେଶରେ ଗତ ଅକ୍ଟୋବର ମାସରେ ୟୁନିଫାଏଡ୍ ପେମେଣ୍ଟସ ଇଂଟରଫେସ୍ (ୟୁପିଆଇ) ଆଧାରିତ ଟ୍ରାଞ୍ଜାକ୍ସନ ୨୦୦ କୋଟି ଟଙ୍କା ଅତିକ୍ରମ କରିଛି ।
ନ୍ୟାଶନାଲ୍ ପେମେଣ୍ଟସ କର୍ପୋରେଶନ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ପକ୍ଷରୁ ଜାରି ତଥ୍ୟ ମୁତାବକ, ବର୍ତ୍ତମାନ ସୁଦ୍ଧା ମୋଟ ୩.୩ ଲକ୍ଷ କୋଟି ଟଙ୍କାର ୟୁପିଆଇ ଟ୍ରାଞ୍ଜାକ୍ସନ କରାଯାଇଛି । ସେହିପରି ୟୁପିଆଇ ପ୍ଲାଟ୍ଫର୍ମ ସହିତ ୧୮୯ଟି ବ୍ୟାଙ୍କ ଜଡିତ ହୋଇଛନ୍ତି । ଏହି ପ୍ଲାଟ୍ଫର୍ମ ମାଧ୍ୟମରେ ଗତ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ୩.୨୯ ଲକ୍ଷ କୋଟି ଟଙ୍କା ମୂଲ୍ୟର ମୋଟ ୧୮୦ କୋଟି ଟ୍ରାଞ୍ଜାକ୍ସନ ହୋଇଥିଲା । ଏନ୍ପିସିଆଇ ଅନୁସାରେ, ଅକ୍ଟୋବର ୨୦୨୦ରେ ଦେଶରେ ମୋଟ ୨୦୭.୧୬ କୋଟି ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଛି, ଯାହା ଗତବର୍ଷ ଅକ୍ଟୋବରରେ ୧୧୪.୮୩ କୋଟି ଟଙ୍କା ରହିଥିଲା ।
ଗତ କିଛି ବର୍ଷ ମଧ୍ୟରେ ଭୀମ୍ ୟୁପିଆଇ ବ୍ୟକ୍ତିଙ୍କଠାରୁ ବ୍ୟକ୍ତିଙ୍କୁ ଓ ବ୍ୟକ୍ତିଙ୍କଠାରୁ ବ୍ୟବସାୟୀଙ୍କ ମଧ୍ୟରେ ଟ୍ରାଞ୍ଜାକ୍ସନର ପ୍ରକ୍ରିୟା ପରିବର୍ତ୍ତନ କରିଛି । ତେବେ ଏହି ସଫଳତା ପଛରେ ସବୁଠାରୁ ବଡ କାରଣ ହେଉଛି ସୁରକ୍ଷିତ ଟ୍ରାଞ୍ଜାକ୍ସନ । ପ୍ରତିମାସରେ ସ୍ମାର୍ଟଫୋନ୍ ଆଧାରିତ ଡିଜିଟାଲ ପେମେଣ୍ଟସ ପ୍ଲାଟ୍ଫର୍ମର ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏପ୍ରିଲ-ମେ’ ମଧ୍ୟରେ ୟୁପିଆଇ ୟୁଜର୍ଙ୍କ ସଂଖ୍ୟା ସାମାନ୍ୟ ବଢିଥିବା ବେଳେ ଜୁନ୍ରେ ଏହି ସଂଖ୍ୟା ବହୁମାତ୍ରାରେ ବୃଦ୍ଧି ପାଇଥିଲା ।