ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ଅପରାଧ ସାଙ୍ଗକୁ ବଢୁଛି ନିଶା କାରବାର। ଆଜି ଭୁବନେଶ୍ୱରରୁ ପ୍ରାୟ ୧କେଜି ୧୭୦ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଏହାର ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କାର ହେବ। କ୍ରାଇମବ୍ରାଞ୍ଚର ଏଟସିଏଫ୍ ଟିମ ଏହି ବ୍ରାଉନସୁଗାର ଜବତ କରିଛି । ଏହାସହ ଜଣକୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ, ବ୍ରାଉନସୁଗାର କାରବାର ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ସେକ୍ ହସିମ ବକ୍ସକୁ ଗିରଫ କରାଯାଇଛି । ସେକ୍ ହସିମ ବାଲେଶ୍ୱରରୁ ଭୁବନେଶ୍ୱର ଆଣି ବ୍ୟବସାୟ କରୁଥିଲା। ବର୍ଷ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ୩୦ କେଜିରୁ ଅଧିକ ବ୍ରାଉନସୁଗାର ଜବତ । ଏଥିରେ ୪୪ ଜଣ ଗିରଫ ହୋଇଥିବା କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ଦେଇଛନ୍ତି ।