ମାନବିକତା ଦେଖାଇଲେ ଆମ୍ବୁଲାନ୍ସ ଡ୍ରାଇଭର

ସଇଁନ୍ତଳା, ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ବିବିନା ଛକରେ ଅଜଣା ଗାଡି ଧକ୍କାରେ ଗୁରୁତର ହୋଇ ପଡିରହିଥିବା ଜଣେ ଯୁବକଙ୍କୁ ଡାକ୍ତରଖାନା ନେଇଥିଲେ ଆମ୍ବୁଲାନ୍ସ ଡ୍ରାଇଭର। ସେହି ରାସ୍ତାଦେଇ ଯାଉଥିବାବେଳେ ଏଭଳି ଅବସ୍ଥାର ଦେଖି ଯୁବକଙ୍କୁ ସଇଁନ୍ତଳା ଡାକ୍ତରଖାନା ନେଇଥିଲେ ଡ୍ରାଇଭର ଯଜ୍ଞ ସ୍ୱର ରଣା। ତାଙ୍କର ମାନବିକତା ପାଇଁ ବିଭିନ୍ନ ମହଲରୁ ପ୍ରସଂଶାର ସୁଅ ଛୁଟୁଛି।

ସୂଚନା ଅନୁସାରେ, ଉକ୍ତ ଯୁବକ ଜଣକ କେରମେଲି ପଞ୍ଚାୟତ ବାଗ ଜୋର ଗ୍ରାମର ସାଗର ମହାନନ୍ଦ ବୋଲି ଜଣାପଡିଛି। ବିବିନା ଛକରେ ଏକ ଗାଡି ତାଙ୍କୁ ଧକ୍କାଦେଇ ଫେରାର ହୋଇଯାଇଥିଲା। ତେବେ ସେ ସେଠାରେ ଗୁରୁତର ହୋଇ ପଡିଥିବାବେଳେ ସ୍ଥାନୀୟ ଲୋକେ ତାଙ୍କୁ ଦେଖିଥିଲେ ମଧ୍ୟ ସାହଯ୍ୟ କରିନଥିଲେ। ଏହି ସମୟରେ ରୋଗୀ ଛାଡି ଫେରୁଥିବା ଅମ୍ବୁଲାନ୍ସଟି ତାଙ୍କୁ ଡାକ୍ତରଖାନା ନେଇଥିଲା। ଅବସ୍ଥା ଅତି ଗୁରୁତର ହେବାରୁ ବଲାଙ୍ଗିର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।