ଫିରିଙ୍ଗିଆ, ଏନ୍ଏନ୍ଏସ୍: ଫିରିଙ୍ଗିଆ ପୁଲିସ ଆଜି ୧୦୨କେଜି ଗଞ୍ଜେଇ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ରାଜକିଶୋର ସାହୁ , ନୀଳମଣି ଲୁହ, ଟୁଟୁ ତାଣ୍ଡି ଏବଂ ସଚିତ ତାଣ୍ଡି। ଏହାସହ ସେମାନଙ୍କ ନିକଟରୁ ଦୁଇଟି ବାଇକ୍ ମଧ୍ୟ ଜବତ କରାଯାଇଛି। ଉକ୍ତ ଗଞ୍ଜେଇ ସେମାନେ ବଲାଙ୍ଗିର ଜିଲ୍ଲାକୁ ଚାଳଣ କରୁଥିଲେ। ଏନେଇ ପୁଲିସ ଅଧିକ ତଦନ୍ତ କରିବା ସହ ଏକ ମାମଲା ରୁଜୁ କରିଛି।