ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଜିଲ୍ଲାରେ ମଦ ଦୋକାନ ବନ୍ଦ

ଜଗତସିଂହପୁର,ଏନ୍‌ଏନ୍‌ଏସ: ୧୦୨-ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମୁତାବକ ନଭେମ୍ବର ୩ ତାରିଖ ଦିନ ୧୦୨-ତିର୍ତ୍ତୋଲ (ସଂ)ବିଧାନସଭା ନିର୍ବାଚନମଣ୍ଡଳୀର ଉପନିର୍ବାଚନ ନିମନ୍ତେ ଭୋଟଗ୍ରହଣ ଅନୁଷ୍ଠିତ ହେବା ସହିତ ନଭେମ୍ବର ୧୦ତାରିଖ ଦିନ ଭୋଟ ଗଣତି ହେବ ।

ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ଭୋଟ ଗ୍ରହଣର ୪୮ଘଣ୍ଟା ପୂର୍ବରୁ ଅର୍ଥାତ ନଭେମ୍ବର ୧ତାରିଖ ସନ୍ଧ୍ୟା ୬ଟାରୁ ନଭେମ୍ବର ୩ତାରିଖ ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲାରେ ଥିବା ସମସ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ, ବିୟର ପାର୍ଲର, କ୍ଲବ, ମିଲିଟାରୀ କ୍ୟାଣ୍ଟିନ, ଭାଙ୍ଗ ଦୋକାନ, ହୋଟେଲ ଓ ରେଷ୍ଟୁରାରେ ଖୋଲାଯାଇ ବିକ୍ରି ହେଉଥିବା ମଦ କାଉଣ୍ଟର ବନ୍ଦ ରହିବ ଏବଂ ଭୋଟ ଗଣତି ଦିନ ଅର୍ଥାତ ନଭେମ୍ବର ୧୦ତାରିଖ ଦିନ ଉପରୋକ୍ତ ସମସ୍ତ ମଦ ଦୋକାନ ବନ୍ଦ ରହିବ ବୋଲି ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।