ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ୨୨ ହଜାର ୨୬୭ କୋଟିର ପ୍ୟାକେଜ୍ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ସହାୟତା ରାଶି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡ଼ିଶା ପାଇଁ ମୋଟ ୧୮ ହଜାର ୮୫୮ କୋଟିର ସହାୟତା ସାଙ୍ଗକୁ ଚାଉଳ, ଡାଲି ଓ ଏଲପିଜି ବାବଦରେ ସହାୟତା ଦିଆଯାଇଛି। ପ୍ରଧାନମନ୍ତ୍ରୀ ଗରିବ ଯୋଜନାରେ ରାଜ୍ୟର ୩ କୋଟି ୧୩ ଲକ୍ଷ ହତାଧିକାରୀଙ୍କୁ ୫ କେଜି ଲେଖାଏଁ ଚାଉଳ, ୧ କେଜି ଡାଲି ଓ ଜନଧନ ଆକାଉଣ୍ଟଧାରୀ ମହିଳାଙ୍କୁ ମାସିକ ୧୫ ଶହ ଟଙ୍କା ଦେବାର ବ୍ୟବସ୍ଥା ହୋଇଛି। ଅନ୍ୟପଟେ ଏମଏସଏମପି ଯୋଜନାରେ ୨୦ ଲକ୍ଷ ୩୦ ହଜାର ହିତାଧିକାରୀଙ୍କୁ ୨ ହଜାର ଲେଖାଏଁ ଟଙ୍କା, ନିର୍ମାଣ ଶ୍ରମିକ ଓ ଇପିଏଫ୍ ହିତାଧିକାରୀଙ୍କ ଲାଗି ମଧ୍ୟ ସହାୟତା ପ୍ରଦାନ କରାଯାଇଛ ବୋଲି ଧର୍ମେନ୍ଦ୍ର କହିଛନ୍ତି।