ନୂଆଦିଲ୍ଲୀ: କଂଗ୍ରେସ ଛାଡ଼ିବା ପରେ ତାମିଲର ସୁପ୍ରସିଦ୍ଧ ଅଭିନେତ୍ରୀ ଖୁସବୁ ସୁନ୍ଦର ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ସାମିଲ ହେବାର ଅଟକଳ ମଧ୍ୟରେ କଂଗ୍ରେସ ଖୁସବୁଙ୍କୁ ରାଷ୍ଟ୍ରୀୟ ପ୍ରବକ୍ତା ପଦରୁ ହଟାଇ ଦେଇଥିଲା। ଏହାପରେ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିଲେ। ସୋନିଆଙ୍କୁ ଚିଠି ଲେଖି ଖୁସବୁ ପାର୍ଟିର ବଡ଼ ନେତାଙ୍କ ଉପରେ ଆରୋପ ଲଗାଇଥିଲେ।
ସୂଚନାଯୋଗ୍ୟ, ଖୁସବୁ ସୁନ୍ଦର ୨୦୧୦ରେ ରାଜନୀତିରେ ପାଦ ଥାପିଥିଲେ। ୨୦୧୦ରେ ଡିଏମକେରେ ସାମିଲ ହୋଇଥିବା ଖୁସବୁ ୨୦୧୪ରେ କଂଗ୍ରେସରେ ଯୋଗ ଦେଇଥିଲେ। କିନ୍ତୁ ୨୦୧୯ରେ ତାଙ୍କୁ କଂଗ୍ରେସ ତରଫରୁ ଲୋକସଭା ଟିକେଟ ନମିଳିବା ସହ ରାଜ୍ୟସଭା ନିମେନ୍ତ ମଧ୍ୟ ଚୟନ କରାଯାଇନଥିଲା।