ଦଳିତ ନେତାଙ୍କ ହତ୍ୟା ଅଭିଯୋଗରେ ତେଜସ୍ୱୀଙ୍କ ସମେତ ୬ ଜଣଙ୍କ ନାଁରେ ମାମଲା, ମୃତ୍ୟୁ ପୂର୍ବର ଭିଡିଓ ଭାଇରାଲ

ପାଟନା,ଏଜେନ୍ସି: ବିହାର ପୁର୍ଣ୍ଣିୟା ଜିଲ୍ଲାରେ ଦଳିତ ନେତା ଦଳିତ ନେତା ଶକ୍ତି ମଲ୍ଲିକଙ୍କୁ ହତ୍ୟା କରାଯାଇଥିବା ଘଟଣାରେ ବର୍ତ୍ତମାନା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଜେଡିୟୁ ଆରଜେଡି ନେତା ତେଜସ୍ୱୀଙ୍କୁ ଟାର୍ଗେଟ କରିଛି। ରାଜନୈତିକ ଷଡଯନ୍ତ୍ରରେ ଜଣେ ଦଳିତ ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହେବା ସହିତ ତେଜସ୍ୱୀଙ୍କ ସମେତ ୬ ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ଏଥିସହିତ ଏହି ଘଟଣାର ସିବିଆଇ ତଦନ୍ତ ଦାବି ହୋଇଛି।

ବର୍ତ୍ତମାନ ଦଳିତ ନେତାଙ୍କ ଭାଇରାଲ ହୋଇଥିବା ଭିଡିଓରେ ଶକ୍ତି ମଲ୍ଲିକ ସ୍ପଷ୍ଟ ଭାବେ କହିଛନ୍ତି ଯେ ତେଜସ୍ୱୀ ଯାଦବ ତାଙ୍କୁ ହତ୍ୟା କରିବାକୁ ଯୋଜନା କରୁଛନ୍ତି। ସୂଚନା ଅନୁସାରେ ଶକ୍ତି ମଲ୍ଲିକ ଆରଜେଡିରୁ ଟିକଟ ନପାଇ ବିଦ୍ରୋହ କରିଥିଲେ। ପରେ ତାଙ୍କୁ ଆରଜେଡିରୁ ବହିଷ୍କାର କରାଯାଇଥିଲା।

ଅନ୍ୟପଟେ ଶକ୍ତି ମଲ୍ଲିକଙ୍କ ହତ୍ୟା ପଛରେ ତେଜସ୍ୱୀଙ୍କ ହାତଥିବା ମୃତକଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ପତ୍ନୀ ତେଜ ପ୍ରତାପ ଯାଦବ କହିଛନ୍ତି ଯେ, ତେଜସ୍ୱୀ ଯାଦବ ତାଙ୍କ ସ୍ୱାମୀଙ୍କୁ ଟିକେଟ ପାଇଁ ଟଙ୍କା ମାଗିଥିଲେ। ମାତ୍ର ସ୍ୱାମୀ ଟଙ୍କା ନ ଦେଇ ରାଣିଗଞ୍ଜରୁ ନିରପେକ୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହୋଇଥିଲେ। ଏନେଇ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।