ଗ୍ୟାସ ସିଲିଣ୍ଡର ଫାଟି ୬ ଗୁରୁତର

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଗ୍ୟାସ ସିଲିଣ୍ଡର ଫାଟି ୬ ଜଣ ଗୁରୁତର । ଖୋର୍ଦ୍ଧା ଜିଲ୍ଲା ଗଡମାଣତ୍ରୀ ଗାଁରେ ଘଟିଛି ଏହି ଅଘଟଣ । ଆହତମାନଙ୍କ ମଧ୍ୟରୁ ୩ ମହିଳା ଜଣେ ଶିଶୁ ସମେତ ୬ ଗୁରୁତର ହୋଇଛନ୍ତି। ଘରେ ଗ୍ୟାସ ଚୁଲା ନଜଳିବାରୁ ସଜାଡ଼ିବା ବେଳେ ଅଘଟଣ ଘଟିଥିଲା। ଗୁରୁତର ମାନଙ୍କୁ ଖୋର୍ଦ୍ଧା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ ୬ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।