କୋଭିଡ ଯୋଦ୍ଧାଙ୍କୁ ପୁଲିସ ପକ୍ଷରୁ ଶେଷ ସମ୍ମାନ ପ୍ରଦର୍ଶନ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଆଗଧାଡ଼ିର କୋଭିଡ ଯୋଦ୍ଧାଙ୍କୁ ତାଙ୍କ ଗ୍ରାମରେ ପୁଲିସ ପକ୍ଷରୁ ଶେଷ ସମ୍ମାନ ପ୍ରଦର୍ଶନ କରାଯାଇଛି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ବିଜାପଦର ସ୍ୱାସ୍ଥ୍ୟକେନ୍ଦ୍ରରେ ଫର୍ମାସିଷ୍ଟ ଭାବେ କାର୍ଯ୍ୟରତ ୱାଇ.ରାଜକୁମାର ନିକଟରେ ତାଙ୍କ ସମ୍ପର୍କୀୟଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେଇ ଫେରିବାର କିଛିଦିନ ପରେ ଅସୁସ୍ଥ ଅନୁଭବ କରିଥିଲେ। ତେବେ ସେ ଜୟପୁରରେ ନମୁନା ପରୀକ୍ଷା କରାଇବା ପରେ ରିପୋର୍ଟା ପଜିଟିଭ ଆସିଥିଲା। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣାସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପରେ ତାଙ୍କ ଶବକୁ ଜନ୍ମଭୂମି ଗଞ୍ଜାମ ଜିଲ୍ଲାର ପାଣ୍ଡିଆ ଗ୍ରାମକୁ ନିଆଯାଇଥିଲା। ସେଠାରେ ପୁଲିସ ପକ୍ଷରୁ ଶେଷ ସମ୍ମାନ ପ୍ରଦର୍ଶନ କରାଯିବା ପରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରୟା କୋଭିଡ ନୀତି ଅନୁଯାୟୀ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି।