ଅନୁଗୁଳ,ଏନ୍ଏନ୍ଏସ୍: ଅନୁଗୁଳ ଜିଲ୍ଲା ଥାନା ମିଶ୍ରପଡ଼ା ଛକ ନିକଟରେ ଆଜି ଏକ ନବଜାତକ ଶିଶୁର କଟା ମୁଣ୍ଡ ପଡ଼ିଥିବା ଦେଖିବାକୁ ମିଳିଛି। ସେହିପରି ଶିଶୁଟିର ଶରୀରର ଅନ୍ୟ ଅଂଶ ଦେଖିବାକୁ ମିଳିନଥିବା ଜଣାପଡ଼ିଛି। ଫଳରେ ଶିଶୁଟି କନ୍ୟା ନା ପୁତ୍ର ତାହା ସ୍ପଷ୍ଟ ହୋଇନାହିଁ।
ସୂଚନା ଅନୁସାରେ ଆଜି ସକାଳେ ସ୍ଥାନୀୟ ଲୋକମାନେ ରାସ୍ତା ଉପରେ ଏକ ଶିଶୁର କଟାମୁଣ୍ଡ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାକୁ ଦେଖି ଲୋକେ ଆତଙ୍କିତ ହୋଇଯାଇଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହି କଟାମୁଣ୍ଡକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।