ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଚେରକଁଟା ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରୁ ଜଣେ ମହିଳାଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତ ମହିଳା ଜଣକ ଖଡ଼ାମ ଗ୍ରାମର ଗଙ୍ଗାଧର ପ୍ରଧାନଙ୍କ ଝିଅ ଅଞ୍ଜଳି ପ୍ରଧାନ(୩୦) ବୋଲି ଜଣାପଡ଼ିଛି।
ମିଳିଥିବା ରିପୋର୍ଟ ମୁତାବକ, ମଙ୍ଗଳବାର ରାତି ଭୋଜନ ପରେ ଅଞ୍ଜଳି ଶୋଇବାକୁ ଯାଇଥିଲେ। ହେଲେ ଘର ଭିତରେ ତାଙ୍କୁ ପିବାରବର୍ଗ ନପାଇ ବହୁ ଖୋଜାଖୋଜି କରିବା ସହ ବନହରପାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଆଜି ସକାଳୁ ଚେରକଁଟା ଗ୍ରାମ ନିକଟସ୍ଥ ଜଙ୍ଗଲର ଏକ ଗଛରେ ଅଞ୍ଜଳିଙ୍କ ମୃତଦେହ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି।