ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ୧୯୭ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୬୬କୁ ବୃଦ୍ଧି ପାଇଛି ।
ଆଜି ଚିହ୍ନଟ ହୋଇଥିବା ୧୯୭ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିର ପୌରାଂଚଳରୁ ୧୪୧ ଜଣ ରହିଥିବା ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗାର କସୁରପଡ଼ା ଓ ସୋନପୁର ଜିଲ୍ଲାର ତରଭାର କଁସର ଓ ତରଭା କୁମ୍ଭାରପଡ଼ାରୁ ମଧ୍ୟ ଜଣେ ଲେଖାଏଁ ରହିଛନ୍ତି । ଏଥିସହିତ ଜଣେ ପୁରୁଷ କୋଭିଡ ଯୋଦ୍ଧା ମଧ୍ୟ ସଂକ୍ରମଣର ଶିକାର ହୋଇଛନ୍ତି ।
ସୂଚନାଯୋଗ୍ୟ, ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୦୬୬ ରହିଥିବାବେଳେ ୧,୯୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିିଛନ୍ତି । ସେହିପରି ୧୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୧,୦୮୫ ଜଣ ଚିକିତ୍ସିତ ହେଉଛନ୍ତି।