ପାଟଣା,ଏନ୍ଏନ୍ଏସ୍: ୪୯ ନମ୍ବର ଜାତୀୟ ରାଜପଥ କଡ଼ ଉଭୟ ମୟୂରଭଞ୍ଜ ଓ କେନ୍ଦୁଝର ସୀମାନ୍ତରେ ଥିବା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି ବଢିଚାଲିଛି। କେତେବେଳେ ବ୍ୟାଙ୍କରୁ ଚୋରି ତ ଆଉ କେତେବେଳେ ବ୍ୟାଙ୍କ ସମ୍ମୁଖରୁ ଟଙ୍କା ଲୁଟ ହେଉଛି। ଏପରିକି ତୁରୁମୁଙ୍ଗା ବଜାରରୁ ମୋବାଇଲ ଲୁଟ ହେଉଥିବାବେଳେ ଘର ଭାଙ୍ଗି ସୁନା ଗହଣା, ଟଙ୍କା ପଇସା ଆଦି ଲୁଟ ହେଉଛି। ତେବେ ଏହି ଥାନା ଅଞ୍ଚଳରେ ଏତେ ମାତାରେ ଚୋରି ହେଉଥିଲେ ମଧ୍ୟ ପୁଲିସ ପକ୍ଷରୁ ରାତ୍ରି କାଳୀନ ପାଟ୍ରୋଲିଂ କରାଯାଉନଥିବା ସାଧାରଣରେ ଅଭିଯୋଗ ହୋଇଛି।
କିଛିଦିନ ପୂର୍ବରୁ ବଜାରରୁ ଏକ ଦୋକାନର କ୍ୟାବିନ ଭାଙ୍ଗି ଚୋରି ହୋଇଥିବାବେଳେ ଶୁକ୍ରବାର ରାତିରେ ମୁରୁସୁଆଁ ଗ୍ରାମରେ ଘର ସମ୍ମୁଖରୁ ଏକ ଟ୍ରାକ୍ଟର ଚୋରି ହୋଇଥିବା ନେଇ ତୁରୁମୁଙ୍ଗା ଥାନାରେ ଟ୍ରାକ୍ଟର ମାଲିକ ଅଭୟ କୁମାର ସାହୁ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ସବୁଦିନ ଭଳି ସେ ତାଙ୍କ ଟ୍ରାକ୍ଟର (ଓଡି-୦୯ଏଚ୍-୮୦୧୭) ଓ ଡାଲା (ଓଡ଼ି-୦୯ଏଚ୍-୮୦୧୮) କୁ ଘର ସମ୍ମୁଖରେ ରଖିଥିଲେ। ହେଲେ କେହି ଦୁର୍ବୃତ୍ତ ତାଙ୍କ ଟ୍ରାକ୍ଟର ସହିତ ଡାଲା ମଧ୍ୟ ଚୋରି କରି ନେଇଯାଇଛି।
ଅଭିଯୋଗ ପରେ ପୁଲିସ ଛାନଭିନ୍ ଆରମ୍ଭ କରିଥିଲେ ମଧ୍ୟ ଚୋରି ସମ୍ପର୍କିତ କୌଣସି ତଥ୍ୟ ଏଯାଏ ମିଳିନାହିିଁ। ୪୯ ନମ୍ବର ରାଜପଥ କଡ଼ରେ ଥିବା ଏହି ଥାନା ଅଞ୍ଚଳରେ ଚୋରଙ୍କ ପାର୍ଦୁଭାବ ବଢ଼ିଥିବାବେଳେ ପୁଲିସର କାର୍ଯ୍ୟ ଦକ୍ଷତା ଉପରେ ସନ୍ଦେହ ହେଉଛି। ଏଥି ପ୍ରତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।