ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡିଶା କଂଗ୍ରେସର ନୂଆ ପ୍ରଭାରୀ ଏ. ଚେଲ୍ଲା କୁମାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନମୁନା ପରୀକ୍ଷା ପରେ ସେ ପଜିଟିଭ୍ ଥିବା ଜଣାପଡିଥିଲା। ଏନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି। ଗତକାଲି ତାଙ୍କୁ ଓଡିଶା କଂଗ୍ରେସ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା।
ଏନେଇ ସେ ଟୁଇଟରେ, ମୁଁ କରୋନା ଆକ୍ରାନ୍ତ ହୋଇଛି। ମୁଁ ସମସ୍ତଙ୍କୁ ଅନୁରୋଧ କରିବାକୁ ଚାହେଁ ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଛ, ସେମାନେ ନିଜକୁ ସତର୍କତାମୂଳକ ପଦକ୍ଷେପ ଭାବରେ ପରୀକ୍ଷା କରାଇ ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି।