ଟ୍ରକ-କାର ଦୁର୍ଘଟଣା, ୨ ମୃତ

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥରେ ଜୁଜୁମୁରା ଥାନା ଅନ୍ତର୍ଗତ ରାମବଡ଼ମାଲ ଗ୍ରାମ ନିକଟରେ ଗୁରୁବାର ଅପରାହ୍ଣରେ ଏକ କୋଇଲା ବୋଝେଇ ଟ୍ରକର ଚକା ଫାଟି ଭାରସାମ୍ୟ ହରାଇବାରୁ ସମ୍ମୁଖରୁ ଆସୁଥିବା କାର ସହ ଧକ୍କା ହୋଇଥିଲା। ଫଳରେ କାର ଭିତରେ ଚାପିହୋଇ ୨ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ମାଲକାନାଗିରିରେ ବିଏସଏଫରେ କାର୍ଯ୍ୟରତ ପ୍ରଶାନ୍ତ ଏକ୍କା ଓ ସୁଦୀପ୍ତ ଖାଲକୋ। ଉଭୟଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ରାମପୁରରେ ବୋଲି ଜଣାପଡ଼ିଛି।