ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ପୁଣି ୧୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୪୭କୁ ବୃଦ୍ଧି ପାଇଛି।
ଆଜ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ମାଲକାନଗିରି ପୌର ପରିଷଦ ଅଞ୍ଚଳରୁ ୬ଜଣ, କାଲିମେଳା ବ୍ଲକରୁ ୪ଜଣ, ବାଲିମେଳା ଏନଏସି, ମାଲକାନଗିରି ବ୍ଲକ ଓ ଖଇରପୁଟ ବ୍ଲକରୁ ୨ଜଣ ଲେଖାଏଁ ଓ ମାଥିଲି, ଚିତ୍ରକୋଣ୍ଡା ଓ କୋରୁକୋଣ୍ଡା ବ୍ଲକରୁ ଜଣେ ଲେଖାଏଁ ରହିଛନ୍ତି। ମାଲକାନଗିରି ପୌର ପରିଷଦରୁ ରହିଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଆଗଧାଡ଼ିର କୋଭିଡ ଯୋଦ୍ଧାଙ୍କ ସମେତ ୨ ଜଣ ଘର ଘର ସର୍ଭେ ବେଳେ କରୋନାରେ ସଂକ୍ରମିତ ହୋଇଛନ୍ତି।
ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୪୭ ହୋଇଥିବାବେଳେ ୨,୪୩୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେଥିମଧ୍ୟରୁ ୮ଜଣଙ୍କର ମୃତ୍ୟୁ ଘଟିଛି ଓ ୨୦୪ଜଣ ଚିକିତ୍ସିତ ହେଉଛନ୍ତି।